ବଦଳିଗଲା ଜୋମାଟୋର ନାଁ, ବୋର୍ଡ ଦେଲା ମଞ୍ଜୁରୀ: ଏବେ ଏହି ନାମରେ ଜଣାଯିବ ଫୁଡ୍ ଡେଲିଭରୀ ଆପ୍

ନୂଆଦିଲ୍ଲୀ: ଜୋମାଟୋକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । କମ୍ପାନୀର ବୋର୍ଡ ଏହାର ନାମ ପରିବର୍ତ୍ତନ ପାଇଁ ଅନୁମୋଦନ ଦେଇଛି । କମ୍ପାନୀର ନୂଆ ନାମ ହେବ ଇଟର୍ନାଲ୍ ଲିମିଟେଡ୍ । ଏହି ଐତିହାସିକ ନିଷ୍ପତ୍ତିକୁ କମ୍ପାନୀର ବୋର୍ଡ ଅନୁମୋଦନ କରିଛି ଏବଂ ଏବେ ଏହା ସେୟାର ହୋଲ୍ଡରମାନଙ୍କ ଅନୁମୋଦନକୁ ଅପେକ୍ଷା କରିଛି ।

ଜୋମାଟୋ କିଛି ସମୟ ପୂର୍ବରୁ ବ୍ଲିଙ୍କିଟ୍ ଅଧିଗ୍ରହଣ କରିଥିଲା ଏବଂ ଏହା ଏବେ କମ୍ପାନୀର ଏକ ବଡ଼ ଅଂଶ ହୋଇଗଲାଣି । ତେଣୁ, କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯେତେବେଳେ ଜୋମାଟୋ ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟ ଏହାର ପ୍ରମୁଖ ସ୍ତମ୍ଭ ହେବ, ସେତେବେଳେ ଏହା ନିଜକୁ “ଇଟରନାଲ” ଭାବରେ ପରିଚୟ ଦେବ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଜି ଜୋମାଟୋ କେବଳ ଏକ ରେଷ୍ଟୁରାଣ୍ଟ ତାଲିକାଭୁକ୍ତ ପ୍ଲାଟଫର୍ମ ନୁହେଁ, ବରଂ ଏହା ଡେଲିଭରି, ଗ୍ରୋସେରୀ, ହାଇପରପ୍ୟୁର୍ ଏବଂ କ୍ୱିକ୍-କମର୍ସ ଭଳି ଅନେକ କ୍ଷେତ୍ରରେ କାମ କରୁଛି ।

କଣ ପରିବର୍ତ୍ତନ ହେବ?

କମ୍ପାନୀ ନାମ: Zomato Ltd. → Eternal Ltd.
ୱେବସାଇଟ୍: zomato.com → eternal.com
ଷ୍ଟକ୍ ଟିକର: ZOMATO → ETERNAL
ମୁଖ୍ୟ ବ୍ୟବସାୟ: Zomato, Blinkit, District, Hyperpure

 

ଇଣ୍ଟରନାଲ” ନାମର ଅର୍ଥ କ’ଣ?
ଦୀପିନ୍ଦର ଗୋୟଲଙ୍କ ଅନୁସାରେ, “ଇଟରନାଲ’ କେବଳ ଏକ ନାମ ନୁହେଁ ବରଂ ଏକ ମିଶନ ବିବୃତ୍ତି । ଏହାର ଅର୍ଥ ହେଉଛି ଯେ କମ୍ପାନୀ କେବଳ ବର୍ତ୍ତମାନ ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ ଅସ୍ତିତ୍ୱ ବଜାୟ ରଖିବ ।