fbpx

୧୦ ମିନଟ୍ ରେ ଘରେ ପହଞ୍ଚିବ ଖାଦ୍ୟ, ଜୋମାଟୋର ଫାଉଣ୍ଡର କହିଲେ କ’ଣ ରହିଛି ଅଫର୍

ଅନେକ ସମୟରେ ଅନଲାଇନ ଖାଦ୍ୟ ମଗାଇଥାନ୍ତି ଲୋକେ । ଆଉ ଏଥିପାଇଁ କିଛି ସମୟ ଅପେକ୍ଷା ମଧ୍ୟ କରିବାକୁ ପଡ଼ିଥାଏ । ଯାହା ଅନେକଙ୍କୁ ପସନ୍ଦ ଆସିନଥାଏ । ସମସ୍ତେ ଚାହିଥାନ୍ତି ଏହା ଟିକେ ଜଲଦୀ ହୋଇଯାଆନ୍ତା କି’? ତେବେ ଏଭଳି ଲୋକଙ୍କ ପାଇଁ ଭଲ ଖବର । କାରଣ ଅନଲାଇନ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ଏବେ ଏହାର ଗ୍ରାହକଙ୍କ୍ୁ ମାତ୍ର ୧୦ ମିନିଟ୍ ରେ ଖାଦ୍ୟ ପହଞ୍ଚାଇବ । ଜୋମାଟୋର ଫାଉଣ୍ଡର ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦୀପିନ୍ଦର ଗୋୟଲ ଏହି ନୂଆ ସୁବିଧାର ଘୋଷଣା କରିଛନ୍ତି ।

ଦୀପିନ୍ଦର ଗୋୟଲ କହିଛନ୍ତି ଯେ ଜୋମାଟୋ ଏବେ ଜୋମାଟୋ ୧୦ ମିନିଟରେ ଖାଦ୍ୟ ପହଞ୍ଚାଇବ । ଏହା ସହ ସେ କହିଛନ୍ତି ଯେ ଏହାର ଡେଲଭରି ପାର୍ଟନରଙ୍କ ଉପରେ କୌଣସି ଚାପ ପକାଯିବ ନାହିଁ । ଦୀପିନ୍ଦର ୧୦ ମିନିଟରେ ଖାଦ୍ୟ ପହଞ୍ଚାଇବାର କାରଣ କହିଛନ୍ତି । ସେ କହିଛନ୍ତି ଗ୍ରାହକଙ୍କ ପାଖରେ ସମୟ ନାହିଁ । ଲୋକେ ବିନା କୌଣସି ବିଳମ୍ବରେ ଖାଦ୍ୟ ଖାଇବାକୁ ଚାହୁଛନ୍ତି । ଏହା ସହ ସେ କହିଛନ୍ତି ୩୦ ମିନିଟ୍ ଅଧିକ ସମୟ ଭଳି ଲାଗୁଥିଲା ତେଣୁ ଏହାକୁ କମାଇ ଦିଆଯାଇଛି । ଯଦି ଏଭଳି ଆମେ କରିନଥାନ୍ତୁ ତେବେ ଆଉ କେହି ଏହାକୁ କରିଥାନ୍ତେ ଏବଂ ଆମେ ରେସରୁ ବାହାରକୁ ଆସିଯାଇଥାନ୍ତୁ ।

ଦୀପିନ୍ଦର କହିଛନ୍ତି ୧୦ ମିନିଟ୍ ରେ ଫୁଡ୍ ଡେଲିଭରି ଅଫରକୁ ଜୋମାଟୋ ଇନଷ୍ଟା ସହ ଲଞ୍ଚ କରାଯାଇଛି । ଗୋୟଲ ଏକ ବ୍ଲଗପୋଷ୍ଟରେ କହିଛନ୍ତି ଯେ ଦୁନିଆରେ ଏପର୍ଯ୍ୟନ୍ତ କେହିବି ବଡ଼ ଆକାରରେ ୧୦ ମିନିଟରେ ଗରମ ଏବଂ ତାଜା ଖାଦ୍ୟ ଡେଲିଭରି କରିନାହିଁନ୍ତି ।

Get real time updates directly on you device, subscribe now.