fbpx

ଅଚାନକ ସର୍ଭର ଡାଉନ ଯୋଗୁଁ ଜୁକରବର୍ଗ ସହିଲେ ୫୨ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ଧରି ତିନିଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ଏହି ୩ ସୋସିଆଲ ମିଡିଆ ଆପ୍ ବ୍ୟବହାର କରି ପାରି ନଥିଲେ ତେଣୁ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ବର୍ତମାନ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି । ଇଣ୍ଟରନେଟ ସ୍ୱାଭାବିକ ସ୍ଥିତିକୁ ଫେରିଛି ସତ ହେଲେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକର ଶେୟାର ପ୍ରାୟ ୫%(୪.୯%) ହ୍ରାସ ପାଇଛି । ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଶେୟାର ହ୍ରାସ ପାଇବାରୁ କମ୍ପାନୀ ଏପରି କ୍ଷତି ସହିଛି ବୋଲି ବିଶେଜ୍ଞମାନେ କହିଛନ୍ତି । ଏଥିସହ ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ଫେସବୁକର କୋ-ଫାଉଣ୍ଡର ତଥା ସିଇଓ ମାର୍କ ଜୁକରବର୍ଗଙ୍କୁ ଏହି ବଡ ଧରଣର କ୍ଷତି ସହିବାକୁ ପଡିଛି । ସେ ନିଜେ ବ୍ୟକ୍ତିଗତ ଭାବରେ କ୍ଷତିର ସାମନା କରିଛନ୍ତି । କାରଣ ୨୦୦୮ ପରଠାରୁ ଫେସବୁକ ଏପରି ବଡ଼ ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ ଫେସବୁକ୍ ସର୍ଭରେ ଅଜଣା ଭାଇରସ ପ୍ରବେଶ କରିଥିଲା। ଏଥିପାଇଁ ଲୋକମାନେ ଏହାକୁ ୨୪ ଘଣ୍ଟା ଧରି ବ୍ୟବହାର କରିପାରି ନଥିଲେ।

Get real time updates directly on you device, subscribe now.