ODISHATOP STORIES

ଅଭିଜିତ ଆୟରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୫ ।୧୨(ଓଡ଼ିଶା ଭାସ୍କର): ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବାଅଭିଜିତ ଆୟାର ମିତ୍ରଙ୍କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅଭିଜିତଙ୍କୁ ଜାମିନ ଦେଇଛନ୍ତି । ସହିଦନଗର ଏବଂ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି । ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ରାଜ୍ୟସରକାର ଅଭିଜିତଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ପରେ ଅଭିଜିତ ଆୟାରଙ୍କୁ ଆଜି ଜାମିନ ମିଳିଛି । ତେବେ ଗତକାଲି ପୂର୍ବରୁ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟସରକାର । ଅଭିଜିତ ଆୟାରଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ମାମଲା ପ୍ରତ୍ୟାହାର କରିବା ନିମନ୍ତେ ପୂର୍ବରୁ ଆବେଦନ କରିଥିଲେ ଅଭିଜିତ । ରାଜ୍ୟସରକାରଙ୍କୁ ଏନେଇ ସେ ଚିଠି ମଧ୍ୟ ଲେଖିଥିଲେ । ପୂର୍ବରୁ ନିଜ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଥିଲେ । ଓଡ଼ିଶାବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ନଭେମ୍ବର ୧୬ରେ ବିଧାନସଭା ଗୃହକମିଟି ତାଙ୍କୁ କ୍ଷମା ଦେଇଥିଲେ । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ରାଜ୍ୟସରକାର ଅଭିଜିତ ଆୟାରଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ ହୋଇଥିଲେ ଅଭିଜିତ ଆୟାର ମିତ୍ର ।

Show More

Related Articles

Leave a Reply

Your email address will not be published. Required fields are marked *

Close