fbpx

ପୁଣି ବାପାଙ୍କ ସହ ନଜର ଆସିବେ ଶାହିଦ

ମୁମ୍ବାଇ,୫ ।୧୨: ବଲିଉଡ ଅଭିନେତା ଶାହିଦ କପୁର ନିକଟରେ ଏକ ତେଲୁଗୁ ଚଳଚ୍ଚିତ୍ରର ରିମେକ କରି ସଫଳ ହେବାପରେ ଏବେ ପୁଣି ଥରେ ଏକ ତେଲୁଗୁ ରିମେକରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ହେଉଛି ଚଳିତ ବର୍ଷ ଏପ୍ରିଲ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ସବୁଠାରୁ ବଡ଼ କଥା ହେଲା ଯେ, ଶାହିଦଙ୍କ ଅପକମିଂ ଫିଲ୍ମରେ ତାଙ୍କ ରିୟଲ୍‌ ଲାଇଫ୍‌ ପିତା ପଙ୍କଜ କପୁର ନଜର ଆସିବେ।

ଏଥିରେ ପଙ୍କଜ କପୁର ଶାହିଦଙ୍କ ଗୁରୁ ଚରିତ୍ରରେ ଦେଖା ଦେବେ ବୋଲି ଶୁଣିବାକୁ ମିଳୁଛି । ଏହା ପୂର୍ବରୁ ବାପ-ପୁଅଙ୍କ ଯୋଡ଼ି ଫିଲ୍ମ ‘ମୌସମ୍’ ଓ ‘ଶାନ୍‌ଦାର୍‌’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦୁଇଟି ବକ୍ସ ଅଫିସ୍‌ରେ ଏତେ କମାଲ୍‌ କରିନଥିଲେ ମଧ୍ୟ ଶହୀଦ ଓ ପଙ୍କଜଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।

ତେବେ ଏହି ସିନେମାର କାହାଣୀ କାହାଣୀ ଜଣେ ଅସଫଳ କ୍ରିକେଟର ଉପରେ ଆଧାରିତ। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ରହିଥିବାବେଳେ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଗୌତମ ତିନ୍ନାନୁରୀ । ଏହି ସିନେମାଟି ୨୦୨୦ ଅଗଷ୍ଟରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.