fbpx

ଲକ୍-ଡାଉନରେ ବେଲୀ ଡ୍ୟାନ୍ସ ଶିଖୁଛନ୍ତି ସୁହାନା ଖାନ୍

ନୂଆଦିଲ୍ଲୀ,୭ ।୪: ବଲିଉଡ୍ ତାରକା ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ଖାନ୍ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୁହାନା ଯଦିଓ ବଲିଉଡରେ ଡେବ୍ୟୁ କରିନାହାନ୍ତି, ତଥାପି ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବଲିଉଡ ତାରକାମାନେ ନିଜକୁ ଫିଟ୍ ରଖିବା ପାଇଁ ଘରେ ଯୋଗ, ବ୍ୟାୟାମ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ସୁହାନା ମଧ୍ୟ ଏଥିରୁ ବିରତ ହୋଇନାହାନ୍ତି ।

ଶାହାରୁଖଙ୍କ ଝିଅ ସୁହାନା ଆଜିକାଲି ଅନଲାଇନ୍ ନୃତ୍ୟ ଶିଖୁଛନ୍ତି ଓ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । କୁହାଯାଏ ଯେ ସୁହାନା ନିଜ ଫିଟନେସକୁ ନେଇ ବହୁ ସତର୍କ ରୁହନ୍ତି । ତେବେ ସୁହାନାଙ୍କୁ ନାଚିବାକୁ ପସନ୍ଦ ଥିବାରୁ ସେ ଅନଲାଇନ୍ ବେଲୀ ଡ୍ୟାନ୍ସ ଶିଖୁଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଟ୍ରେନର ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନୃତ୍ୟ ଶିଖୁଥିବା ନଜର ଆସଛନ୍ତି । ଟ୍ରେନର ସଞ୍ଜନା ମୁଥ୍ରେଜା ଦୁଇଟି ଫଟୋ ସେୟାର କରି କହିଛନ୍ତି ଯେ, ଏହା ଏକ ଚ୍ୟାଲେଞ୍ଜ ସତ କିନ୍ତୁ ଅସମ୍ଭବ ନୁହେଁ ।

Get real time updates directly on you device, subscribe now.