fbpx

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମାନିଲେ ତବଲିଗି ଜମାତରେ ସାମିଲ ଲୋକେ, ୪୨ ପଞ୍ଜୀକୃତ

ଭୁବନେଶ୍ୱର, ୭ା୪ (ଓଡ଼ିଶା ଭାସ୍କର): ଦିଲ୍ଲୀର ତବଲିଗି ଜମାତ୍ ରୁ ଫେରିଥିବା ୪୨ ଜଣ ବ୍ୟକ୍ତି ପଂଜୀକରଣ କରାଇଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଗତ ୪ ତାରିଖରେ ତବଲିଗି ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ । ଏହାପୂର୍ବରୁ ରାଜ୍ୟ ସରକାରଙ୍କ ୨୮ ଜଣଙ୍କ ବିବରଣୀ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ପରେ ଆଉ ୪୨ ଜଣ ସାମ୍ନାକୁ ଆସିଛନ୍ତି । ସେଠାରୁ ଫେରିଥିବା ଆଉ କେହି ବାକି ଥିଲେ ସାମ୍ନାକୁ ଆସନ୍ତୁ । ସନ୍ଦିଗ୍ଧ ଥିଲେ ସରକାର ସେମାନଙ୍କୁ ସହଯୋଗ କରିବେ ଏବଂ ଚିକିତ୍ସା ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.