fbpx

ହଟିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣା

କଟକ, ୧୩ା୪(ଓଡ଼ିଶା ଭାସ୍କର): ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା ।
ଉଲ୍ଲେଖଯୋଗ୍ୟ ଯେ ମହମାରୀ କରୋନା ନେଇ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ କବଳରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଆକ୍ରାନ୍ତ ଓ ସନ୍ଦିଗ୍ଧ ବାହାରିଥିବା ଅଞ୍ଚଳ ଉପରେ କଟକଣା ଲାଗୁ କରାଯିବା ସହ ସାନିଟାଇଜ ମଧ୍ୟ କରାଯାଉଛି । ଓଡ଼ିଶାରେ ବର୍ତ୍ତମାନ ୪୦ ଜଣ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନାରେ ୧୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.