fbpx

ସିଏ କଲେ ଲୀଳା ,ଆମେ କଲେ କୀଳା !

ଭୁବନେଶ୍ୱର , ୧୮ । ୪(ଓଡିଶା ଭାସ୍କର ): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ । ସାମାଜିକ ଦୂରତା ବଜାୟ ରଖିବାକୁ ଆଡଭାଇଜରୀ ଜାରୀ ହୋଇଛି । ତଛଡା ଧର୍ମସ୍ଥଳୀ ମାନରେ ଏକଜୁଟ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଏହା ଭିତରେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୈାଡାଙ୍କ ନାତି ନିଖିଲର ବାହାଘର ହୋଇଛି । ବାହାଘରରେ ନାଁ ବରକନ୍ୟା ନାଁ ଅନ୍ୟ କେହି ମାସ୍କ ପିନ୍ଧିଥିବା ନଜରକୁ ଆସୁନାହିଁ ।ଏହା ପୂର୍ବରୁ ମଧ୍ୟ ଦେଶରେ ଲକ ଡାଉନ ରେ ବାହାଘର ହେଉଥିବା ନଜରକୁ ଆସିଛି । ଏହାକୁ ଦେଖି ଗୁଜରାଟ ନବଶରୀ ର ଦୁଇପରିବାର ଦୀର୍ଘ ଦିନଧରି ଚୁଡାନ୍ତ ହୋଇଥିବା ଓ କଟକଣା ପାଇଁ ସଂପନ୍ନ ହୋଇପାରିନଥିବା ବାହାଘର କରିବାକୁ ସ୍ଥିର କଲେ ।ବର କନ୍ୟା ସହ ପଣ୍ଡିତ ଓ ପରିବାରବର୍ଗ ମନ୍ଦିରରେ ପଂହଚିଲେ । କିନ୍ତୁ ଖବର ପଂହଚିଲା ସ୍ଥାନୀୟ ପୋଲିସ ପାଖରେ । ମନ୍ଦିରରେ ପଂହଚି ବରକନ୍ୟା ଓ ଉପସ୍ଥତି ଥିବା ମୋଟ ୧୪ ଜଣକ ବିରୋଧରେ ମମଲାଦାୟର କରିଛି । ଯାହାପରେ ଉଭୟ ପରିବାର କହିଛନ୍ତି ସିଏ କଲେ ଲୀଳା ,ଆମେ କଲେ କୀଳା !

Get real time updates directly on you device, subscribe now.