NATIONALNATIONAL NEWSNEWSTOP STORIES

ବଦଳିଲା JEE ମେନ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ, ୧୪/୩: ପରିବର୍ତ୍ତନ ହେଲା JEE ମେନ୍ ପରୀକ୍ଷା ତାରିଖ । ତାରିଖ ପରିବର୍ତ୍ତନ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛି ପରୀକ୍ଷା ପରିଚାଳନା ସଂସ୍ଥା NTA । ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛି NTA । ଏପ୍ରିଲ ମାସ ୭ ତାରିଖରେ ବି-ଆର୍କ ଓ ବି-ପ୍ଲାନିଙ୍ଗ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏପ୍ରିଲ ୮, ୯, ୧୦ ଓ ୧୨ ତାରିଖ ଦିନ ବି-ଇ ଓ ବିଟେକ୍ ପରୀକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା କରାଯାଇଛି । ସେହିପରି ଚଳିତ ମାସ ୨୦ ତାରିଖରୁ ଛାତ୍ରଛାତ୍ରୀ ମାନେ jeemain.nic.in ୱେବସାଇଟକୁ ଯାଇ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ ବୋଲି NTA ପକ୍ଷରୁ ସୂଚନା ଦିଆଯାଇଛି

Show More

Related Articles

Leave a Reply

Your email address will not be published. Required fields are marked *

Close