CRICKETSPORTSPORTSTOP STORIES

ପୁଣି ମୈଦାନକୁ ଓହ୍ଲାଇବେ ଶ୍ରୀସନ୍ତ, ଆଜୀବନ ବ୍ୟାନକୁ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ ।୩: ଆଇପିଏଲ ସ୍ପଟ ଫିକ୍ସିଂଗ ମାମଲାରେ ଏସ.ଶ୍ରୀସନ୍ତଙ୍କ ଉପରେ ଲଗାଯାଇଥିବା ବ୍ୟାନକୁ ଆଜି ହଟାଇଛନ୍ତି ସୁପ୍ରିମକୋର୍ଟ । ଭାରତୀୟ ବୋଲର ଶ୍ରୀସନ୍ତ ପୁଣି ଥରେ ମୈଦାନକୁ ଓହ୍ଲାଇ କ୍ରିକେଟ ଖେଳିପାରିବେ । ଏହା ସହ ନ୍ୟାୟାଳୟ ବିସିସିଆଇ କମିଟିକୁ ତିନି ମାସ ମଧ୍ୟରେ ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିସିସିଆଇ ଦ୍ଵାରା ଲଗାଯାଇଥିବା ଆଜୀବନ ବ୍ୟାନ୍ ବିରୁଦ୍ଧରେ ଦାୟର କରାଯାଥିବା ଶ୍ରୀସନ୍ତଙ୍କର ଯାଚିକା ଉପରେ ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣଙ୍କର ଅଧ୍ୟକ୍ଷତାରେ ସୁପ୍ରୀମ କୋର୍ଟଙ୍କର ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି।

ବିସିସିଆଇ ୨୦୧୩ ରେ ସ୍ପଟ ଫିକ୍ସିଂଗ ମାମଲାରେ ଶ୍ରୀସନ୍ତଙ୍କ ଉପରେ ଆଜୀବନ ବ୍ୟାନ୍ ଲଗାଇଥିଲେ ।୨୦୧୫ ରେ ଏକ ଟ୍ରାଏଲ କୋର୍ଟ ଦ୍ଵାରା ଶ୍ରୀସନ୍ତକୁ ସ୍ପଟ ଫିକ୍ସିଂଗ ମାମଲାରେ ଶ୍ରୀସନ୍ତଙ୍କୁ ନିର୍ଦ୍ଦୋଶ ମାନିବା ପରେ ମଧ୍ୟ ବିସିସିଆଇ ତାଙ୍କ ଉପର ଲଗାଯାଇଥିବା ବ୍ୟାନ୍ ହଟାଇନଥିଲେ । ଏହାପରେ କେରଳ ହାଇକୋର୍ଟର ଏକ ସିଙ୍ଗଲ ବେଞ୍ଚ ଶ୍ରୀସନ୍ତଙ୍କର ବ୍ୟାନ୍ ହଟାଇଦେଇଥିଲେ । ଏହା ବିରୋଧରେ ଶ୍ରୀସନ୍ଥ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀସନ୍ଥ କ୍ରିକେଟେର ଅସମ୍ମାନ କରିଥିବା ଏବଂ ସେ ଜଣେ ଭ୍ରଷ୍ଟାଚାରୀ ବୋଲି ମାମଲାର ଶୁଣାଣି ବେଳେ ବିସିସିଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ।

କିନ୍ତୁ ଦଣ୍ଡ ଦେବା କ୍ଷେତ୍ରରେ ଆଜୀବନ ବାସନ୍ଦ ଅଧିକ ହୋଇଯାଉଛି ବୋଲି କହି ଶ୍ରୀସନ୍ତଙ୍କ ଉପରେ ଲଗାଯାଇଥିବା ବ୍ୟାନକୁ ହଟାଇଛନ୍ତି ସୁପ୍ରିମକୋର୍ଟ ।

Show More

Related Articles

Leave a Reply

Your email address will not be published. Required fields are marked *

Close