fbpx

ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ ବାବୁ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ପରିବେଶ ପ୍ରଦୂଷଣ ପାଇଁ ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ କର୍ମଚାରୀ । ବିଏମସି, ବିଡିଏ, ବିଏସସିଏଲ ଓ ସ୍ମାର୍ଟସିଟି କର୍ମଚାରୀଙ୍କୁ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ହୋଇଛି । ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍ ପ୍ରତି ଶୁକ୍ରବାର ଦିନ ସାଇକେଲରେ ଅଫିସ ଆସିବେ ସରକାରୀ ବାବୁ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ତେବେ ବିଡିଏ, ବିଏମସି ଓ ସ୍ମାର୍ଟସିଟି ଲିମିଟେଡରେ ପ୍ରାୟ ୮୦୦ କର୍ମଚାରୀ କାମ କରୁଛନ୍ତି । ସାଇକେଲରେ ଆସିବା ଦ୍ୱାରା ସ୍ୱାସ୍ଥ୍ୟ ଫିଟ୍ ରହିବା ସହ ପରିବେଶ ଉପରେ ପ୍ରଦୂଷଣ ଭାର ସାମାନ୍ୟ କମିଯିବ ।

Get real time updates directly on you device, subscribe now.