GLOBETOP STORIES

ଷ୍ଟାଇଲିସ ଦାଢି ଉପରେ ଏବେ ଲାଗିବ ବ୍ୟାନ

ସୂଚନା ମୁତାବକ, ପାକିସ୍ତାନରେ ଦାଢିର ଷ୍ଟାଇଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବରେ ଦାବି କରାଯାଇଛି କି ଆଜିକାଲି ଯେଉଁଭଳି ଭାବରେ ପାକିସ୍ତାନୀ ଯୁବକମାନେ ‘ଦାଢିର ମଜାକ’ ଉଡାଉଛନ୍ତି ତାହା ଉପରେ ଲଗାମ ଲଗାଯାଉ। ପ୍ରକୃତ କଥା ହେଲା, ପାକିସ୍ତାନୀ ଯୁବକମାନେ ଦାଢିକୁ ଭିନ୍ନ ଭିନ୍ନ ଢଙ୍ଗରେ ତଥା ଷ୍ଟାଇଲରେ କାଟୁଥିବାରୁ ସେଠାକାର ପ୍ରଶାସନ ଏଭଳି ଅଜବ କଟକଣା ଜାରି କରୁଛନ୍ତି।
ଏହି ପ୍ରସ୍ତାବକୁ ପ୍ରସ୍ତୁତ କରିଥିବା ଆସିଫ୍ ଖୋସା କହିଛନ୍ତି ଯେ ଯୁବଗୋଷ୍ଠୀମାନେ ଫ୍ୟାସନ ନାମରେ ଦାଢିକୁ ବିଭିନ୍ନ ଡିଜାଇନରେ କାଟୁଛନ୍ତି, ଯାହା କି ଇସଲାମିକ୍ ପରମ୍ପରା ବିରୋଧୀ। ତେଣୁ ଷ୍ଟାଇଲିସ ଦାଢିକୁ ନେଇ ବୃଦ୍ଧି ପାଉଥିବା ଟ୍ରେଣ୍ଡ ବିରୋଧରେ ଏଭଳି ଲଗାମ ଲଗାଯାଇଛି। ଖାଲି ଏତିକି ନୁହେଁ ଏହି ପ୍ରସ୍ତାବରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହାକୁ ତୃଣମୂଳସ୍ତରରେ ପାଳନ କରିବାକୁ ମଧ୍ୟ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନା ମୁତାବକ,  ପାକିସ୍ତାନରେ ପାରିତ ହୋଇଥିବା ଏଭଳି ଅଜବ ପ୍ରସ୍ତାବଟି ଲୋକଙ୍କ ବହୁମତ ନେଇ ପାସ୍ କରାଯାଇଛି। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Show More

Related Articles

Leave a Reply

Your email address will not be published. Required fields are marked *

Close