fbpx

୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ,୨୧ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ହଜାର ୪୬୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ୪୧୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସମୟରେ ୧,୬୯,୪୫୧ ସଂକ୍ରମିତ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ଏବଂ ୨,୨୭,୭୫୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨୧୧୨, ଗୁଜରାଟରେ ୧୬୩୮, ତାମିଲନାଡୁରେ ୭୦୪, ପଶ୍ଚିମବଙ୍ଗରେ ୫୪୦, ମଧ୍ୟପ୍ରଦେଶରେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.