fbpx

ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ଆୟୁଷ ନିର୍ଦ୍ଦେଶକଙ୍କୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସବୁ ତଥ୍ୟକୁ ସାମ୍ନାରେ ରଖି ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.