BREAKING NEWSNATIONALNATIONAL NEWSTOP STORIES

ଦେଶରେ ପ୍ରତି ଘଣ୍ଟାରେ ଚାରି ଜଣ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର !

ଭାରତରେ ସୁରକ୍ଷିତ ନୁହନ୍ତି ମହିଳା । ଭାରତରେ ମହିଳା ବିରୋଧୀ ଅତ୍ୟାଚାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ପରିସ୍ଥିତି ଏପରି ସ୍ତରରେ ଆସି ପହଁଚିଲାଣି ଯେ ପ୍ରତି ଘଣ୍ଟାରେ ଦେଶରେ ଚାରି ଜଣ ମହିଳାଙ୍କୁ ସହ ଦୁଷ୍କର୍ମ କରାଯାଉଛି । ଏକ ସଂଗଠନ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ମହିଳା ଏବେ ମଧ୍ୟ ଅସୁରକ୍ଷିତ ଥିବା ପୁଣି ଥରେ ପ୍ରମାଣିତ ହୋଇଛି । ସେହିପରି ଏହି ରିପୋର୍ଟରେ ଆଉ ମଧ୍ୟ ପ୍ରକାଶ କରାଯାଇଛି ଯେ ଭାରତରେ ମହିଳାଙ୍କ ସହ ପ୍ରତି ଘଣ୍ଟାରେ ପ୍ରାୟ 37ଟି ଅପରାଧ ଘଟୁଛି ।

ସେହିପରି ଦଶ ବର୍ଷ ମଧ୍ୟରେ ଦେଶରେ ଦୁଷ୍କର୍ମ ଜନିତ ସଂଖ୍ୟା ପ୍ରାୟ ଦୁଇଗୁଣିତ ହୋଇଛି । ସେହିପରି ଦୁଷ୍କର୍ମ ଘଟଣାରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ଦଣ୍ଡ ବିଧାନ କରିବାରେ ଅହେତୁକ ବିଳମ୍ବ ହେଉଛି । ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୧୯୭୩ ମସିହାରେ ଦୁଷ୍କର୍ମ ଜନିତ ମାମଲାରେ ମାତ୍ର ୪୪ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୬ ମସିହା ସୁଦ୍ଧା ଏହା ୧୮.୯ ପ୍ରତିଶତକୁ କମି ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ରିପୋର୍ଟରେ ପ୍ରକାଶ କରାଯାଇଛି ଯେ ଦୁଷ୍କର୍ମ ମାମଲା ଲଢ଼ିବା ପାଇଁ ଦେଶରେ ଅନୁନ୍ୟ ୧୦୦୦ରୁ ଅଧିକ କୋର୍ଟର ଆବଶ୍ୟକତା ଥିବା ବେଳେ ଏହି ସ୍ୱତନ୍ତ୍ର କୋର୍ଟର ମଧ୍ୟ ଅନେକ ଅଭାବ ରହିଛି । ଯାହା ପରିସ୍ତିତିକୁ ଅନେକ ମାତ୍ରାରେ ଗମ୍ଭୀର କରିଦେଇଛି ।

Show More

Leave a Reply

Your email address will not be published. Required fields are marked *

Related Articles