fbpx

ଚର୍ମରୋଗ ହେଉଛି କି, ଜାଣନ୍ତୁ ଏହାର କାରଣ

ଚର୍ମରୋଗ  ଏପରି ଏକ ସମସ୍ୟା ଯାହା ସମସ୍ତଙ୍କ ପାଖରେ ଦେଖା ଯାଇଥାଏ। ଏହି ସମସ୍ୟା ଖରାପ ଖାଦ୍ୟ ଓ ଅପରିଷ୍କାର ପାଣି ବ୍ୟବହାର ଯୋଗୁ ମଧ୍ୟ ହୋଇଥାଏ। ଏହି ରୋଗରେ ଚର୍ମ କୁଣ୍ଡାଇ ହୋଇଥାଏ। ଏହାସହ ଜଣ ଜଣଙ୍କର ଚର୍ମ ନାଲି ମଧ୍ୟ ପଡିଯାଇଥାଏ। ତେବେ ଆସନ୍ତୁ ଜାଣିବା ଚର୍ମରୋଗ କାହିଁକି ହୋଇଥାଏ।

-ଖରାପ ଖାଦ୍ୟ ଖାଇବା ଦ୍ୱାରା ଆଲର୍ଜି ହେଲେ ଏଭଳି ସମସ୍ୟା ହୁଏ।

-ପେଟରେ କୃମି ହେଲେ ଚର୍ମରୋଗ ହୁଏ

-ଯାହାକୁ ଚର୍ମ ରୋଗ ହୋଇଥାଏ ସେମାନଙ୍କ ସଂଷ୍ପର୍ଶରେ ଆସିଲେ ମଧ୍ୟ ସ୍କିନ୍‌ ଆଲର୍ଜି ଦେଖା ଦେଇଥାଏ।

-ହର୍‌ମୋନ ପରିବର୍ତ୍ତନ ଫଳରେ ଏହି ସମସ୍ୟା ବୃଦ୍ଧି ପାଇଥାଏ।

-ଯଦି ଆପଣଙ୍କର ମୁଣ୍ଡରେ ଅଧିକ ରୂପି ହେଉଛି, ତେବେ ତ୍ୱଚାରେ ଏହାର ପ୍ରଭାବ ପଡ଼ିଥାଏ।

-ଋତୁ ପରିବର୍ତ୍ତନ ହେଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ଅତ୍ୟଧିକ ଗରମ ବା ଥଣ୍ଡା ପରିବେଶରେ ରହିବା ଦ୍ୱାରା ଚର୍ମ ଉପରେ ପ୍ରଭାବ ପଡିଥାଏ।

Get real time updates directly on you device, subscribe now.