fbpx

ଅମ୍ବାଲା ଏୟାରବେସରେ ଅବତରଣ କଲା ରାଫେଲ

ନୂଆଦିଲ୍ଲୀ, ୨୯ା୭: ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ । ୫ଟି ଯାକ ରାଫେଲ ବିମାନ ଏୟାରବେସରେ ଅବତରଣ କରିଛି । ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ବାୟୁସେନାର ଶକ୍ତି ବଢ଼ିବ । ବର୍ତ୍ତମାନ ଦେଶର ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହାସହ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.