fbpx

୧ ଜୁନରୁ ଆରମ୍ଭ ହେବ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା

ନୂଆଦିଲ୍ଲୀ,୨୦ ।୧: ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆସନ୍ତା ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଖାଦ୍ୟ ଓ ସାର୍ବଜନୀନ ବିତରଣ ମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଏହି ଯୋଜନାରେ ପୁରୁଣା ରାସନ କାର୍ଡ ମଧ୍ୟ ଗଣାଯିବ । ୧ ଜାନୁଆରୀ ୨୦୨୦ରୁ ଦେଶର ୧୨ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ଗୋଆ, ଝାଡଖଣ୍ଡ ଓ ତ୍ରିପୁରାରେ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ର ସୁବିଧା ଆରମ୍ଭ ହୋଇସାରିଛି ।

ତେବେ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ସମଗ୍ର ଦେଶରେ ଲାଗୁ ହେବା ପରେ ହିତାଧିକାରୀମାନେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କୌଣସି ବି ରାଜ୍ୟର ଦୋକାନରୁ ନିଜର ରାସନ ନେଇପାରିବେ ।

Get real time updates directly on you device, subscribe now.