Uncategorized

ନନ୍ଦନକାନନରେ ପ୍ରାଣ ହରାଇଲା ଆଫ୍ରିକୀୟ ସିଂହ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ନନ୍ଦନକାନନରେ ଶୁକ୍ରବାର ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି । ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସିଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା । ସିଂହଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, ସିଂହମାନେ ସାଧାରଣତଃ ୧୮ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ôଚଥାନ୍ତି । ତେଣୁ ନନ୍ଦନକାନନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୧୫ ମସିହାରେ ଏହି ସିଂହଟିକୁ ଅନ୍ୟ ୩ଟି ସିଂହ ସହିତ ନନ୍ଦନକାନନ ଅଣାଯାଇଥିଲା । ସେତେବେଳେ ଏହାର ବୟସ ମାତ୍ର ୫ବର୍ଷ ଥିଲା । ମାତ୍ର ଯୁବା ବୟସରେ ଏହି ସିଂହର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close