fbpx

ପଥର ଖୋଲରୁ ଆଉ ବାହାରୁନି ତେଲ

ଦାରିଙ୍ଗବାଡି,୯ ।୨(ଓଡିଶା ଭାସ୍କର): ଦାରିଙ୍ଗବାଡିରେ ପଥର ଖୋଲରୁ ଡିଜେଲ୍ ବାହାରିବା ଘଟଣାରେ ଆଜି ଆସିଛି ଭିନ୍ନ ମୋଡ । ଆଜି ସକାଳୁ ପଥର ଖୋଲରୁ ଆଉ ବାହାରୁନି ତେଲ । ଏନେଇ ଭୁବନେଶ୍ୱର ବିପିସିଏଲର ଏକ ଟିମ୍ ଯାଞ୍ଚ୍ କରିବେ । ଯାଞ୍ଚ୍ ପରେ ପୂର୍ବପରି ଟାଙ୍କି ଚାଲିବ ଟାଙ୍କି ମାଲିକ କହିଛନ୍ତି । ଅନ୍ୟପଟେ ଟାଙ୍କି ବନ୍ଦ ରହିଥିବାରୁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଗତକାଲି କନ୍ଧମାଳ ସ୍ଥିତ ଦାରିଙ୍ଗବାଡ଼ିରେ ଏକ ବିଲ ହୁଡ଼ାରୁ ଡିଜେଲ ବାହାରୁଥିଲା । ପେଟ୍ରୋଲ ପମ୍ପ ନିକଟରେ ଥିବା ବିଲ ହୁଡ଼ାରୁ ବାହାରୁଥିବା ଡିଜେଲ ପାଇଁ ଲୋକଙ୍କ ଭିଡ ଲାଗିଥିଲା । କିନ୍ତୁ ପେଟ୍ରୋଲ ପମ୍ପ ଟାଙ୍କିରୁ ତେଲ ମଧ୍ୟ ଲିକ ହୋଇନଥିବା ସ୍ପଷ୍ଟ କରିଥିଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.