BUSINESSINTERNATIONAL NEWSNEWSTOP STORIES

ଅବସର ନେବେ ଆଲିବାବାର ସହସଂସ୍ଥାପକ

ନ୍ୟୁୟର୍କ, ୮ା୯ : ଚୀନ୍ର ଇ-କର୍ମସ କମ୍ପାନୀ ‘ଆଲିବାବା’ର ସହସଂସ୍ଥାପକ ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ୟାକ୍ ମା ସୋମବାର ଅବସର ନେବାକୁ ଘୋଷଣା କରିଛନ୍ତି । ଆଗକୁ ଶିକ୍ଷା କ୍ଷେତ୍ରରେ ମାନବ ସେବା କରିବାକୁ ସେ ମନ ବଳାଇଛନ୍ତି । ଆମେରିକାର ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ତାଙ୍କ ଅବସର ଗ୍ରହଣ ଦ୍ୱାରା ଏକ ଯୁଗର ଅନ୍ତ ନୁହେଁ, ଏକ ଯୁଗର ଆରମ୍ଭ ହେବ । ୧୭ଜଣଙ୍କ ସହ ମିଶି ସେ ୧୯୯୯ ମସିହାରେ ଚୀନ୍ରେ ଆଲିବାବାର ସ୍ଥାପନ କରିଥିଲେ । ଏହାପରେ ଧିରେ ଧିରେ ସେ ଲୋକପ୍ରିୟ ପାଲଟି ପାରିଥିଲେ । ଏପରିକି ଚୀନ୍ର କେତେକ ଘରେ ତାଙ୍କ ଫଟୋ ରଖାଯାଇ ପୂଜା କରାଯାଉଛି । ପ୍ରକାଶଯୋଗ୍ୟ, ଜ୍ୟାକ୍ ମା ସୋମବାର ୫୪ ବର୍ଷରେ ପଦାର୍ପଣ କରିବେ । ସେହିଦିନକୁ ଚୀନ୍ରେ ଶିକ୍ଷକ ଦିବସଭାବେ ପାଳନ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close