CRIMELOCAL NEWSNEWSODISHATOP STORIES

ଗଞ୍ଜେଇ ଭର୍ତି ଟ୍ରକ ଜବତ

କୋରାପୁଟ, ୩୦ା୯ (ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଠାରେ ପୋଲିସ ପ୍ରାୟ ଦେଢ କୋଟି ଟଙ୍କ ମୂଲ୍ୟରେ ଚୋରା ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ରେ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ଏତେ ପରିମାଣର ଗଞ୍ଜେଇ ଜବତ ପରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ବ୍ୟାପକଭାବେ ଚାଲିଥିବା ନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ମାଛକୁଣ୍ଡ ଥାନା ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ଟ୍ରକ୍ ଦୃତଗତିରେ ଯାଉଥିବାରୁ ତାକୁ ସନ୍ଦେହରେ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସକୁ ଦେଖି ଟ୍ରକ୍ ଡ୍ରାଇଭର ଟ୍ରକ ଛାଡ଼ି ଫେରାର ହୋଇଯିବାରୁ ପୋଲିସ ଟ୍ରକ୍ଟିକୁ ଜବତ କରି ଥାନାକୁ ଆଣିଥିଲା । ସେଠାରେ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା । ତେବେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଓଜନ ହେବ ବୋଲି ପୋଲିସ କହିଥିବାବେଳେ ପ୍ରାୟ ୩୦ କ୍ୱିଣ୍ଟାଲ ଗଞ୍ଜେଇ ଟ୍ରକ୍ରେ ଭର୍ତ୍ତି ହୋଇଥିବା ପୋଲିସ ଅନୁମାନ କରୁଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହୋଇଥିବାବେଳେ ଏତେ ଗଞ୍ଜେଇ କୁଆଡ଼େ ଯାଉଥିଲା ଓ କିଏ ନେଉଥିଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ ଏକ ବଡ଼ ଧରଣର ର‌୍ୟାକେଟ ଥିବା ସନ୍ଦେହ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close