CITY NEWSLOCAL NEWSNEWSODISHATOP STORIES

ଷଣ୍ଢ ଚାଲାଣ, ୩ ଯୁବକଙ୍କୁ ନିସ୍ତୁକ ମାଡ଼

ଭୁବନେଶ୍ୱର, ୧।୧୦ (ଓଡ଼ିଶା ଭାସ୍କର): ବାଲିଅନ୍ତା ଥାନା ଅନ୍ତର୍ଗତ ଭୁବନପୁର ବଜାର ନିଛାଟିଆ ରାସ୍ତାରେ ଗତକାଲି ରାତି ସାଢେ଼ ନଅଟା ସମୟରେ ଗ୍ରାମବାସୀମାନେ ଟାଟା ଏସିଇ ଗାଡ଼ିରେ ଷଣ୍ଢ ନେଇ ଯାଉଥିବା ୩ଜଣ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି। ଏଥିସହ ସେମାନଙ୍କଠାରୁ ଟାଟା ଏସିଇ ଗାଡ଼ି (ଓଆର ୦୨ ଏଜେଡ୍‌ ୮୨୪୮)ରେ ଚାଲାଣ ହେଉଥିବା ୫ଟି ଷଣ୍ଢ ମଧ୍ୟ ଜବତ କରିଛନ୍ତି। ଥାନାଠାରୁ ମାତ୍ର ୧୦୦ ଫୁଟ ଦୂରରେ ଏଭଳି ଘଟଣା ଘଟିଥିଲା। ପରେ ପୋଲିସ ପହଞ୍ଚି ସେମାନଙ୍କୁ ଗିରଫ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close