CRIMEODISHATOP STORIES

୬୬୦ କେଜି ଗଞ୍ଜେଇ ସମେତ ନଗଦ ୮ ଲକ୍ଷ ଟଙ୍କା ଜବତ, ୨ ଅଟକ

ମାଲକାନଗିରି, (ଓଡ଼ିଶା ଭାସ୍କର) : ଜିଲ୍ଲା ସଦର ଥାନା ପୋଲିସକୁ ଏକ ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଶକ୍ତ ଧକ୍କା । ମଙ୍ଗଳବାର ଜିଲ୍ଲା ପୋଲିସ ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତକୁ ଅଟକ ରଖିଛି । ଏହା ସହିତ ପାଖାପାଖି ୩୬ ଲକ୍ଷ ଟଙ୍କାର ୬୬୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ବାରମ୍ବାର ମାଲକାନଗିରି ଜିଲ୍ଳାରୁ ଗଞ୍ଜେଇ ଚୋରାଚାଲାଣ ହୋଇ ବାହାର ରାଜ୍ୟକୁ ଯିବା ଏବଂ ପରେ ଟ୍ରକ ଜବତ ହେବାର ସୂଚନା ରହିଛି । ତେବେ ଏଥିରେ ସ୍ଥାନୀୟ ସଦର ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଜିଲ୍ଲାର ପଦ୍ମଗିରି ଅଞ୍ଚଳରୁ ଛତିଶଗଡକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଏହି ଭ୍ୟାନଟିକୁ ଜବତ କରିଥିଲା । ମାଲକାନଗିରି ତଳସାହିର ଆନନ୍ଦ ଜେନା ଓ ପଦ୍ମଗିରିର ଦିଲିପ କୁମାର ବାଲା ଏହି ଗଞ୍ଜେଇ ଚୋରାଚାଲାଣ କରୁଥିବା ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୮ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ୪ଟି ମୋବାଇଲ ସହ ଅନେକ କାଗଜପତ୍ର ଜବତ କରିଛି । ତେବେ ଜବତ ହୋଇଥିବା ମୋଟ ୬୬୦ କିଲୋଗ୍ରାମ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସ୍.ପି. ଜଗମୋହନ ମିନା କହିଛନ୍ତି । ଏହା ସହ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ସୂଚନାଥାଉକି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ପୋଲିସ ୭୨ଟି ଏନ୍ଡିପିଏସ୍ କେସ୍ ରୁଜୁ କରିବା ସହ ୧୬୫୭୫ କେଜି ଗଞ୍ଜେଇ ଜବତ କରିଛି । ଏହିପରି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୧୪୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସହ ୧୮ଟି ମୋଟର ସାଇକେଲ, ୪୪ଟି ଚାରିଚକିଆ ଯାନ ସହ ୭ଟି ଟ୍ରକ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close