ODISHATOP STORIES

ନାବାଳକକୁ ବଳି ସନ୍ଦେହ

ବଲାଙ୍ଗୀର, ୧୬ା୧୦, (ଓଡ଼ିଶା ଭାସ୍କର) : ଏବେ ବି ସମାଜରେ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଲୋକଙ୍କ ମନରେ ଜାଗରିତ ହୋଇରହିଛି । ଏପରିକି ଏକ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନେ୍ଧକେଲା ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ ୧୩ ତାରିଖରୁ ସିନେ୍ଧକେଲା ଗାଁରୁ ନିଖୋଜ ଥିବା ଜଣେ ୯ ବର୍ଷର ନାବାଳକର ମୁଣ୍ଡ ବିହିନ ଶବ ଉଣ୍ଡେର ନଦୀର ଗନ୍ଧର୍ଲା ନାଳକୂଳରୁ ଉଦ୍ଧାର କରାଯାଇଛି । ଫଳରେ ଉକ୍ତ ନାବାଳକକୁ ବଳି ଦିଆଯାଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୩ ତାରିଖ ସଂଧ୍ୟାରେ ସିନେ୍ଧକେଲା ଗାଁର ହୀରାଧର ରଣାଙ୍କ ୯ ବର୍ଷର ପୁଅ ମିଥୁନ୍ ଘରୁ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ତାକୁ ଖୋଜାଖୋଜି କରି ନପାଇବା ପରେ ଏ ନେଇ ୧୪ ତାରିଖ ସକାଳେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ତେବେ ମଙ୍ଗଳବାର ସକାଳେ ଗନ୍ଧଯୋଡା ଠାରେ ଉନ୍ଦେର ନଦୀବାଲିରେ ଏକ ମୁଣ୍ଡବିହିନ ଶବ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ôଚ ଏହା ମିଥୁନ୍ର ଶବ ବୋଲି ଚିହ୍ନଟ କରିଥିଲେ । କେହି ତାନ୍ତ୍ରିକ ତାକୁ ଅପହରଣ କରିବା ପରେ ବଳି ଦେଇ ତା ଶରୀରକୁ ନଦୀବାଲିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଖବର ମିଳିବା ପରେ ଟିଟିଲାଗଡ ଏସ୍ଡିପିଓ, ସିନେ୍ଧକେଲା ଆଇଆଇସି ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ୨ ବର୍ଷ ତଳେ ଦଶହରା ରାବଣପୋଡି ସମୟରେ କଣ୍ଟାବାଞ୍ଜି ସହରରୁ ଜଣେ ୬ ବର୍ଷର ଝିଅ ନିଖୋଜ ହୋଇଯାଇଥିଲା । ସେ ସମୟରେ ତାକୁ ବଳି ଦିଆଯାଇଥିବା ନେଇ ବିଭିନ୍ନ ମହଲରେ ସନ୍ଦେହ ମଧ୍ୟ ପ୍ରକାଶ ପାଇଥିଲା । ତେବେ ଅଦ୍ୟାବଧି ପୋଲିସ ସେହି ଝିଅର ସନ୍ଧାନ ପାଇବାରେ ସମର୍ଥ ହୋଇପାରିନାହିଁ । ଅନ୍ୟପକ୍ଷରେ ନାବାଳକର ମୁଣ୍ଡବିହିନ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏପରିକି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । ଏହି ଘଟଣା ସାରାଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close