fbpx

ସିଏଏକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି: ଅମିତ ଶାହା

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜନତା ମୈଦାନର ବିଶାଳ ସମାବେଶରେ ସେ ସିଏଏ ସମର୍ଥକଙ୍କ ରାଲିକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ(ସିଏଏ) କୌଣସି ସଂଖ୍ୟାଲଘୁଙ୍କ ନାଗରିକତା ଛଡ଼ାଇବନି । ସିଏଏ ନାଗରିକତା ଛିନ୍ନ ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ଏହି ଆଇନ ହୋଇଛି । ଅନ୍ୟ ଦେଶର ପ୍ରତାଡ଼ିତଙ୍କ ଲୋକଙ୍କୁ ନାଗରିକତା ଦେବ ଏହି ଆଇନ । ସିଏଏକୁ ନେଇ କେବଳ ଭ୍ରମ ସୃଷ୍ଟି କରାଯାଉଛି । ସିଏଏକୁ ନେଇ ଥିବା ଭ୍ରମରୁ ବାହାରକୁ ଆସିବାକୁ ଜନତାଙ୍କୁ କହିଛନ୍ତି ଶାହା । ଆମ ଦେଶକୁ ଶିକ୍ଷିତ, ଗୌରବାନ୍ୱିତ କରିବା ହିଁ କେବଳ ଆମର ଲକ୍ଷ୍ୟ ରହିଛି । ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ଶାସନକୁ ଆମେ ସ୍ୱୀକାର କରୁଛୁ ।

Get real time updates directly on you device, subscribe now.