CRICKETSPORTSPORTSTOP STORIES

କ୍ଲିନ୍ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଅନ୍ତିମ ଟି-୨୦

ଚେନ୍ନାଇ, ୧୧।୧୧: ରବିବାର ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ର ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ୍ । ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଜିତି ସାରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ କ୍ରିକେଟ ଟିମ୍ ଏବେ ଏହି ମ୍ୟାଚ୍ ଜିତି ସିରିଜ୍କୁ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ । ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ଟି-୨୦ ସିରିଜ୍ରେ ଟିମ୍ରେ ସାମିଲ ନ ଥିବାରୁ ଚେନ୍ନାଇରେ ଥିବା ତାଙ୍କ ସମର୍ଥକଙ୍କୁ ବେଶ୍ ନିରାଶ ହେବାକୁ ପଡ଼ିବ । ଅନ୍ୟପଟେ ଏହି ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଜସ୍ପ୍ରିତ ବୁମ୍ରା, ଉମେଶ ଯାଦବ ଓ ସ୍ପିନର କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେବାକୁ ଚୟନକର୍ତ୍ତା ନିଷ୍ପତ୍ତି ନେଇଥିବାରୁ ଅନେକ ନୂତନ ଖେଳାଳୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି କୁହାଯାଉଛି । କିନ୍ତୁ ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ନିଜର ଫୁଲ୍ ଷ୍ଟ୍ରେନ୍ଥ୍ ନେଇ ପଡ଼ିଆକୁ ଓହ୍ଲାଇବ । ଏହି ଅନ୍ତିମ ମ୍ୟାଚ୍ରେ ବିଜୟ ସହ ସମ୍ମାନଜନକଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ୱେଷ୍ଟଇଣ୍ଡିଜ୍ ଲକ୍ଷ୍ୟ ରଖିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close