fbpx
BSKY
BJD SHG SKY
BJD MC SKY

କ’ଣ ଆପଣ ନିଜ ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆଖି ଉପରେ ଆମ ଶରୀର ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦୈନନ୍ଦିନ ଜୀବନରେ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ଭାବେ ଉପୁଜିଲାଣି । ପ୍ରତିଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇବା ଯୋଗୁଁ ଆମ ଆଖି ଉପରେ ଅନେକ ପ୍ରଭାବ ପଡିଥାଏ।

ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ ।

ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ । ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି ।

ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ । ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ ।

ଅଁଳାର ବ୍ୟବହାର ଆମ ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ। କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା । ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ ।

ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ । ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ । ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ ।

Get real time updates directly on you device, subscribe now.