fbpx

କେନିଆରେ ଟ୍ୟାକ୍ସ ବିରୋଧୀ ପ୍ରଦର୍ଶନ, ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି

Advertisement

ନୂଆଦିଲ୍ଲୀ: କେନିଆରେ କର ବିରୋଧୀ ପ୍ରଦର୍ଶନରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ହୋଇଛି । ସେଠାକାର ମୁଖ୍ୟ ଚିକିତ୍ସକ ସଂଘର ଜଣେ ଅଧିକାରୀଙ୍କ କହିବାନୁସାରେ, ଟିକସ ବିରୋଧୀ ପ୍ରଦର୍ଶନ ଦିନକୁ ଦିନ ହିସାଂତ୍ମକ ହେବାରେ ଲାଗିଛି । ତାହାସହ ସଂସଦରେ ପ୍ରଦର୍ଶନକାରୀଙ୍କ ଉପରକୁ ପୁଲିସ ଗୁଳିଚାଳନା ମଧ୍ୟ କରିଛି । ପ୍ରଦର୍ଶନ ଭୟାନକ ହେବାକୁ ଲାଗିବାରୁ କେନ୍ୟା ରାଷ୍ଟ୍ରପତି ବିଲିୟମ ରୁଟୋଙ୍କ ସରକାରଙ୍କୁ ସେନାର ସହାୟତା ନେବାକୁ ପଡିଥିଲା ।

ଗତ ସପ୍ତାହରେ ହଜାର ହଜାର ପ୍ରଦର୍ଶନକାରୀ କର ବୃଦ୍ଧିକୁ ନେଇ କେନିଆର ରାଜଧାନୀ ନୌରବିରେ ତଥା ଦେଶସାରା ଭିନ୍ନ ଭିନ୍ନ ସ୍ଥାନରେ ଯୁବକଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନ ଜୋର ହେବାରେ ଲାଗିଥିଲା । ଶାନ୍ତିପୂର୍ଣ୍ଣ ଭାବରେ ଏହା ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ହିଂସାତ୍ମକ ରୂପ ନେଇଥିଲା । ଫଳରେ ପ୍ରଦର୍ଶନକାରୀ ନାଟକୀୟ ଢଙ୍ଗରେ ସଂସଦ ଭବନରେ ପ୍ରଦର୍ଶନକୁ ତୀବ୍ର କରିବାରୁ ପୁଲିସ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲା । ଫଳରେ କେନିଆରେ ଏଭଳି ଭୟାଭୟ ପରିସ୍ଥିତି ଉପୁଜିଛି । ରକ୍ଷାମନ୍ତ୍ରୀ ଅଦନ ବରେ ଡୁଆଲ କେନିଆରେ “ଆପାଳକାଳୀନ ସୁରକ୍ଷା’ ଘୋଷଣା କରିଛନ୍ତି । କେନ୍ୟା ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ସାଇମନ କିଙ୍ଗୋଡୁ କହିଛନ୍ତି ଯେ ବର୍ତ୍ତମାନ ଯାଏଁ ପ୍ରାୟ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏହି ପ୍ରଦର୍ଶନ ପାଇଁ । ମୃତ୍ୟୁସଂଖ୍ୟା ଆହୁରି ବଢିବାର ମଧ୍ୟ ଆଶଙ୍କା କରାଯାଉଛି ବୋଲି ସେ ଜଣାଇଛନ୍ତି ।

Get real time updates directly on you device, subscribe now.