fbpx

ଜାଣନ୍ତୁ ଉଷା ଦେବୀଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଉଷା ଦେବୀ । ତାଙ୍କୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରଳାୟ ମିଳିଛି ।୧୯୯୦ମସିହାରେ ଚକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ୫ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ସେ ସୂଚନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ କଳାରେ ସ୍ନାତକ କରିବା ପରେ ଇଣ୍ଡରିଅର ଡିଜାଇନରେ ଶିକ୍ଷା ଗ୍ରହଣ କରିଥିଲେ ।

 

 

 

Get real time updates directly on you device, subscribe now.