fbpx

ଜାଣନ୍ତୁ କିପରି ଓଜନ କମେଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ କୋବି

କୋବି ଏପରି ଏକ ପରିବା ଯାହା ପ୍ରାୟତଃ ସମୟରେ ଘରେ ତିଆରି ହୋଇଥାଏ । ଆପଣ ଏହାକୁ ଅନେକ ଉପାୟରେ ପ୍ରସ୍ତୁତ କରି ଖାଇପାରିବେ । ଏହା ବଜାରରେ ସହଜରେ ଉପଲବ୍ଧ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ପୌଷ୍ଟିକତାରେ ଭରପୂର ଥାଏ ଯାହା କର୍କିନୋଜେନ୍ସକୁ ପ୍ରତିରୋଧ କରିଥାଏ । ତେବେ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଖଣିଜ ପଦାର୍ଥରେ ଭରପୁର ଥାଏ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ହ୍ରାସ କରିଥାଏ ।

କୋବି ଖାଇବାର ଲାଭ କ’ଣ?
ଏହି ପରିବାରେ ପ୍ରଚୁର ମାତ୍ରାରେ ଫାଇବର ଏବଂ ପାଣି ଥାଏ । ଯେଉଁଥିପାଇଁ ଏହା ମେଦବହୁଳତା ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରେ କୌଣସି ବିଷାକ୍ତ ପଦାର୍ଥ ନଥାଏ ଯେଉଁଥିପାଇଁ ଏହା ପେଟକୁ ଶକ୍ତିଶାଳୀ ରଖିବା ପାଇଁ କାମ କରିଥାଏ । ଏଥିରେ ଜିରୋ ଫ୍ୟାଟ ରହିଥାଏ ।
ଏହି ପରିବାରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ । ତେଣୁ ଆପଣ ଏହାକୁ ଏକ ସୁସ୍ଥ ଖାଦ୍ୟ ଭାବରେ ଖାଇପାରିବେ । ଯଦିଓ ଏଥିରେ ପ୍ରୋଟିନ୍ ପରିମାଣ ନଥାଏ । ଫୁଲକୋବି ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।
ହାଡକୁ ଶକ୍ତିଶାଳୀ ରଖିବାରେ ଏହି ଫୁଲକୋବି ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହା ଫ୍ରାକଚର ହେବାର ଆଶଙ୍କାକୁ ହ୍ରାସ କରେ । ଆପଣ ଏହାକୁ କଞ୍ଚା କିମ୍ବା ଭଜା କରି ମଧ୍ୟ ଖାଇ ପାରିବେ ।
କୋବି ମସ୍ତିଷ୍କ କାର୍ଯ୍ୟକୁ ବଢାଇବାରେ ବହୁତ ସାହାଯ୍ୟ କରିଥାଏ । ଫୁଲକୋବି ଖାଇବା ଦ୍ୱାରା ସ୍ମୃତି, ମନୋବଳ, ମାଂସପେଶୀ ନିୟନ୍ତ୍ରଣ, ମସ୍ତିଷ୍କ ବିକାଶ ଏବଂ ନ୍ୟୁରୋଟ୍ରାନ୍ସମିଟର ଲାଭ ହୋଇଥାଏ ।

Get real time updates directly on you device, subscribe now.