fbpx

(Video) ଜୟମାଳା ସମୟରେ ବେଶି ଉତ୍ସାହିତ ହୋଇଗଲା ବର: କନ୍ୟାକୁ କୋଳରେ ଉଠାଇବାକୁ ଯାଇ ତଳେ…କ’ଣ ହେଲା ଦେଖନ୍ତୁ

ଆଜିକାଲି ବାହାଘର ଋତୁ ଚାଲିଛି, ଯାହାଫଳରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ନିକଟରେ ବାହାଘରର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ଦେଖି ୟୁଜର୍ସଙ୍କ ମୁହଁରେ ହସ ଫୁଠିଥିବା ଦେଖିବାକୁ ମିଳିଛି । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ୟୁଜର୍ସଙ୍କ ହସ ଅଟକିବାର ନାଁ ନେଉନାହିଁ ।

ତେବେ ବାହାଘରରେ ଆଜିକାଲି ବହୁ ରୀତି-ନୀତି ପାଳନ ହେଉଥିବା ଦେଖିବାକୁୁ ମିଳିଛି । ଯେପରି କି, ଜୟମାଳା ସମୟରେ ବର ଓ କନ୍ୟା ପକ୍ଷର ଲୋକମାନେ ମଜାକ୍ କରୁଥିବା ଦେଖିବାକୁ ମିଳିଛି । ଏପରି କି ବର କନ୍ୟାର ହାତ ଧରି ଷ୍ଟେଜକୁ ନେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବର ନିଜ କନ୍ୟାକୁ କୋଳରେ ଉଠାଇ ନେଇଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ଏପରି କିଛି ଦେଖିବାକୁ ମିଳିଛି, ଯେତେବେଳ ବର ଜୟମାଳା ସମୟରେ ଜୋଶ୍ ଜୋଶରେ ଲୋକଙ୍କ କହିବାରେ ନିଜ କନ୍ୟାକୁ କୋଳରେ ଉଠାଇବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଶେରବାନୀ ପିନ୍ଧିଥିବା ବର ଶତ ଚେଷ୍ଟା ପରେ ମଧ୍ୟ କନ୍ୟାକୁ ଉଠାଇ ପାରିନଥିଲେ । ଏହା ପରେ ଯେତେବେଳେ ଲୋକମାନେ ହସିବାକୁ ଲାଗିଲେ, ସେବେ ବରଟି କନ୍ୟାକୁ ଜବରଦସ୍ତ ଉଠାଇବାକୁ ଲାଗିଥିଲା । କିନ୍ତୁ ସେ କନ୍ୟାକୁ ଉଠାଇବାକୁ ପରିବର୍ତ୍ତେ ଦୁହେଁଧୁମ୍ ଧଡାକ୍ ହୋଇ ତଳେ ପଡିଯାଇଥିଲେ ।

ବର କନ୍ୟାକୁ ପଡ଼ିଯିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଜୋର ଜୋରରେ ହସିବାକୁ ଲାଗିଥିଲେ । ଅନ୍ୟପଟେ ସମସ୍ତଙ୍କ ଆଗରେ ବରର ଧଜ୍ଜିଆ ଉଡିଯାଇଥିଲା । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ସୋସିଆଲ ମିଡିଆରେ ‘ହସନା ଜରୁରୀ ହେ’ ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି ।

Get real time updates directly on you device, subscribe now.