fbpx

ମୁଡ ଖରାପ ଥିଲେ ସେବନ କରନ୍ତୁ ଏହିସବୁ ଫଳ; ତୁରନ୍ତ ମିଳିଥାଏ ଏହାର ଫାଇଦା

ଆଜିକାଲିକ ବ୍ୟସ୍ତ ବହୁଳ ଜୀବନ ଏବଂ କାର୍ଯ୍ୟ ବ୍ୟସ୍ତତାକୁ ନେଇ ଅନେକ ଲୋକେ ଚିନ୍ତାରେ ରହିଥାନ୍ତି । ଫଳରେ ସେକୌଣସି କାର୍ଯ୍ୟ ସଠିକ୍ ବାବରେ କରିପାରନ୍ତି ନାହିଁ । ଯାହାଫଳରେ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିସହିତ ଏହି ଚିନ୍ତା ବ୍ୟକ୍ତିର ମନୋବଳକୁ ମଧ୍ୟ ଦୁର୍ବଳ କରିଦିଏ । ଫଳରେ ବ୍ୟକ୍ତିଠାରେ ଚିଡିଚିଡାପଣ ଉଦାଶିନତା ଏବଂ ଏକାନ୍ତ ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଏହି ମୁଡ ଖରାପ କୁ ରୋକିବାର ମଧ୍ୟ ଉପାୟ ରହିଛି । ଯାହାକୁ ଅନେକ ଲୋକ ଜାଣି ନଥାନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏପରି କିଛି ଫଳ ଅଛି ଯାହାକୁ ସେବନ କରିବା ଦ୍ୱାରା ମୁଡ ଖରାପ ଥିଲେ ତାହା ଗୋଟିଏ ମିନିଟ୍ ରେ ଫ୍ରେସ ହୋଇଯାଏ ।ଏତତ୍ ବ୍ୟତୀତ ଏହା ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫଳ ବିଷୟରେ…

କଦଳୀ: ସ୍ୱାସ୍ଥ ବିଶେଷଜ୍ଞମାନଙ୍କ ମତରେ କଦଳୀରେ ପ୍ରଚୁର ପରିମାଣରେ ପାଇବର ରହିଥାଏ । ଯାହା ସ୍ୱାସ୍ଥୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏଥିସହିତ ଏତିରେ ଥିବା ଭିଟାମିନ ବି -୬ ମନୋବଳକୁ ଦୃଢ କରିବାରେ ସାହାର୍ଯ୍ୟ କରେ ।ତେଣୁ ମୁଡ ଖରାପ ଥିବା ସମୟରେ ଗୋଟିଏ କିମ୍ବା ଦୁଇଟି କଦଳୀ ସେବନ କରନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ମାଇଣ୍ଡ ଫ୍ରେସ ହୋଇଥାଏ ।
ଲେମ୍ବୁ: ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ । ଯାହାକି ମନୋବଳକୁ ଶକ୍ତ କରିବା ସହ ମନ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରେ । ତେବେ ଆପମଙ୍କ ମନ ଖରାପ ଥିବା ସମୟରେ ଲେମ୍ବୁ ସେବନ କରନ୍ତୁ ଏହା ।ପମଙ୍କୁ ସତେଜତା ଦେବ । ଏହି ମନରେ ଥିବା ଚିନ୍ତାକୁ ମଧ୍ୟ ଦୂର କରିବ ।

ଆପ୍ରିକୋଟ: ଆପ୍ରିକୋଟ ଏପରି ଏକ ଫଳ ଯେଉଁତିରେ ଭିଟାମିନ ସି ଏବଂ ବିଟା-କାରୋଟିନ୍ ପ୍ରଚୁର ପରିମାଣରେଲ ରହିଥାଏ । ଯାହାକି ମାଇଣ୍ଡଫ୍ରସ କରିଥାଏ । ଏବଂ ମନରେ ଥିବା ଚିନ୍ତାକୁ ମଧ୍ୟ ଦୂର କରିଥାଏ । ଫଳରେ ମନ ଖରାପ ଥିବା ସମୟରେ ହେି ଫଳକୁ ସେବନ କରି ପାରିବେ ।

କମଳା: କମଳାରେ ଭିଟାମିନ୍ ସି ରେ ଭରପୂର ମାତ୍ରାରେ ରହିଥାଏ । ଏଥିରେ ପୋଟାସିୟମ୍ ମଧ୍ୟ ଉପସ୍ଥିତ । ଯେଉଁଥିପାଇଁ ଏହା ଆପଣଙ୍କ ଚାପ ଏବଂ ଚିନ୍ତା ଦୂର କରିବା ପାଇଁ କାର୍ଯ୍ୟ କରିବ ।

ବ୍ଲୁବେରି:ବ୍ଲୁବେରି ମଧ୍ୟ ଏକ ସାଇଟ୍ରସ୍ ଫଳ । ଏହି ଫଳ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ ଯାହାକି ମନୋବଳର ସ୍ଥିତିକୁ ସୁଧାରିବା ପାଇଁ ସିଧାସଳଖ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.