fbpx

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ ଆଶ୍ଵସ୍ତିକର ଖବର, ମୁମ୍ଵାଇ ପହଞ୍ଚିଲେ ଦଳର ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆସିଛି ସୁଖବର। ଦଳର ଷ୍ଟାର ଦ୍ରୁତ ବୋଲର ଏନରିକ ନୋର୍ତ୍ତଜେ ମୁମ୍ବାଇ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନୋର୍ତ୍ତଜେଙ୍କ ଆଇପିଏଲ ୨୦୨୨ ଖେଳିବା ନେଇ ସସପେନ୍ସ ଜାରି ରହିଥିଲା। କାରଣ ସେ ଦୀର୍ଘ ସମୟ ଧରି ଆହତଜନିତ ସମସ୍ୟା ଦେଇ ଗତି କରୁଥିଲେ। ୨୦୨୧ ଟି-୨୦ ବିଶ୍ଵ କପ ପରଠୁ ସେ କ୍ରିକେଟରୁ ଦୂରେଇ ରହିଥିଲେ। ଏବେ ତାଙ୍କର ଆଗମନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶଂସକଙ୍କ ପାଇଁ ବଡ ଆଶ୍ଵସ୍ତିକର ବିଷୟ। ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚରେ ମାର୍ଚ୍ଚ ୨୭ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ଏନରିକ ନୋର୍ତ୍ତଜେ ମୁମ୍ବାଇ ପହଞ୍ଚିବା ଖବର ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଇଛନ୍ତି। ସେ ନିଜର ପତ୍ନୀଙ୍କ ସହ ମୁମ୍ବାଇ ପହଞ୍ଚିଛନ୍ତି। ନୋର୍ତ୍ତଜେଙ୍କ ପରେ ଏବେ ଦିଲ୍ଲୀର ନଜର ଡେଭିଡ ଓ୍ଵାର୍ଣ୍ଣର ଏବଂ ମିଚେଲ୍ ମାର୍ଶଙ୍କ ଉପରେ ରହିଛି। ଦୁଇ ଖେଳାଳି ପାକିସ୍ତାନ ଗସ୍ତରେ ଅଛନ୍ତି ଏବଂ ଟେଷ୍ଟ ସିରିଜ୍ ପରେ ଉଭୟ ଆଇପିଏଲରେ ନିଜ ଦଳ ସହ ଯୋଗ ଦେବେ। ଏମିତି ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ଵୀ ଶଙ୍କ ସହିତ କାହାକୁ ଓପନିଂ ଭାବେ ପଠାଇବ ତାହା ବଡ ଚିନ୍ତାର କାରଣ।

 

ଆଇପିଏଲ ୨୦୨୨ ପାଇଁ ଦିଲ୍ଲୀ ଦଳ

ଋଷଭ ପନ୍ତ, ଅକ୍ଷର ପଟେଲ, ପୃଥ୍ଵୀ ଶ, ଏନରିକ ନୋର୍ତ୍ତଜେ, ଡେଭିଡ୍ ଓ୍ଵାର୍ଣ୍ଣର, ମିଚେଲ ମାର୍ଶ, ଶାର୍ଦ୍ଦୁଳ ଠାକୁର, ମୁସ୍ତାଫିଜୁର ରେହମାନ, କୁଲଦୀପ ଯାଦବ, ଅଶ୍ଵିନ ହେବର, ଅଭିଷେକ ଶର୍ମା, କମଲେଶ ନାଗରକୋଟି, କେଏସ ଭରତ, ମନଦୀପ ସିଂହ, ଖଲିଲ ଅହମ୍ମଦ, ଚେତନ ସକାରିଆ, ଲଳିତ ଯାଦବ, ରିପଲ ପଟେଲ, ୟଶ ଢୁଲ, ରୋଭମ୍ୟାନ ପାଓ୍ଵେଲ, ପ୍ରବୀଣ ଦୁବେ, ଲୁଙ୍ଗି ଏନଗିଡି, ଭିକି ଓଷ୍ଟଓ୍ଵାଲ, ଜରଫରାଜ ଖାନ।

Get real time updates directly on you device, subscribe now.