fbpx

ଦେଶରେ ଜନଜାତି ସଶକ୍ତିକରଣ ପାଇଁ ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି

Advertisement

ନୂଆଦିଲ୍ଲୀ: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା ଦାୟିତ୍ୱକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଏକ ପ୍ରେସମିଟ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ କହିଛନ୍ତି ଯେ, ମୋଦି ସରକାର ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା ଅନୁଦାନ ବୃଦ୍ଧି କରିବା ସହ ଶିକ୍ଷା, ରୋଜଗାର, ସ୍ୱରୋଜଗାର ଓ ସାଂସ୍କୃତିକ ଉତଥାନକୁ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି । ଦେଶରେ ଜନଜାତି ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନୂଆ ମାପଦଣ୍ଡ ତିଆରି କରିଛନ୍ତି । ମୋଦି ସରକାରରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସ୍ଲୋଗାନ ନୁହେଁ ବରଂ ଏକ ଦାୟିତ୍ୱ ହୋଇଛି ।

୨୦୧୧ ଜନସଂଖ୍ୟା ତୁଳନାରେ ଦେଶରେ ପ୍ରାୟ ୮.୬ ପ୍ରତିଶତ ଜନଜାତି ଜନସଂଖ୍ୟା ବସବାସ କରୁଛନ୍ତି । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଝାଡଖଣ୍ଡ, ଛତିଶଗଡ, ଉତ୍ତର ପୂର୍ବ ସମୂହ ରାଜ୍ୟରେ ମଧ୍ୟ ହାରାହରି ଅଧିକାଂଶ ଜନଜାତି ବସବାସ କରନ୍ତି । ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୧ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ୨୦୧୪ -୧୫ରେ ଏହି ଅନୁଦାନ ଥିଲା ୧୯,୪୩୭ କୋଟି ରହିଛି।

ସେହିପରି ଜନଜାତି ସମାଜରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଏକ ଛୋଟ ଗାଁରୁ ଆସି ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହା ମୂଳରେ ଶିକ୍ଷା ଅନ୍ତର୍ନିହିତ ଅଛି । ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା କରାଯାଇଛି । ଏଥିପାଇଁ ଭାରତ ସରକାର ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନୂଆ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

 

 

Get real time updates directly on you device, subscribe now.