fbpx

ବଦଳିବ ଗୋପର ଚିତ୍ର, ଖୁବ୍‌ଶୀଘ୍ର ପେଟ୍ରୋଲ, ଗ୍ୟାସ୍‌ ବାହାରିବା ପାଇଁ ଆରମ୍ଭ ହେବ ପ୍ରକିୟା, ଚାଲିଛି ଜମି ଅଧିଗ୍ରହଣ

ଗୋପ, (ଭାସ୍କର ନ୍ୟୁଜ୍‌) : ବୁଧବାର ମଧ୍ୟାହ୍ନରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ କମ୍ପାନୀର ମୁଖ୍ୟ ବି.ଏନ୍‌ ସାହୁ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗୋପ ବ୍ଲକ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଗୋପ ବ୍ଲକ୍‌ର କୁଶୁୁରୁ ଓ ଚିତ୍ରା ଗ୍ରାମର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ କୁଶୁୁରୁ ୩୭ ଜଣ ଓ ଚିତ୍ରାର ୧୦୪ ଜଣଙ୍କୁ ନେଇ ଜମିଜମା ବିଷୟରେ କଥାବାର୍ତ୍ତା କରିଥିଲେ । ପ୍ରଥମେ ଏହି ଜମି ମାଲିକ ମାନଙ୍କୁ ଗୁଣ୍ଠ ପିଛା ୧୭ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କୁହାଯାଇଥିବା ବେଳେ ୧୫ ଏକର ଜମିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଅୟଲ୍‌ ଇଣ୍ଡିଆ କମ୍ପାନୀ ର ମୁଖ୍ୟ ଶ୍ରୀ ସାହୁ କହିଛନ୍ତି । ଆଉ ମଧ୍ୟ ଚାଷୀ ମାନଙ୍କର ଆଧାର କାର୍ଡ,ପ୍ୟାନ୍‌ କାର୍ଡ ସହିତ ଆଇଟି ରିଟନଗୁଡିକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆ ଯାଇ ଏହି କାର୍ଡ ମାଧ୍ୟମରେ ସମସ୍ତ ଅର୍ଥ ଦେଣ ନେଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।ଏହି ପେଟ୍ରୋଲ, ଗ୍ୟାସ୍‌ ଯଦି ଏ ଅଞ୍ଚଳରୁ ବାହାରିବ ତେବେ ଗୋପ ବ୍ଲକ ର ନାଁ ବିଶ୍ୱ ଦରବାରରେ ଲିପିବଦ୍ଧ ହେବ ବୋଲି କମ୍ପାନୀ କର୍ତ୍ତୃକ୍ଷ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ୨୦୧୯ ମସିହାରେ ପ୍ରଥମେ ଅୟଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ସର୍ଭେ କାର୍ଯ୍ୟ ଗୋପ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଆରମ୍ଭ କରା ଯାଇ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ ଅଛି କି ନାହିଁ ତାହା ଦେଖା ଯାଇଥିଲା । ପରବର୍ତ୍ତୀ ସମୟରେ ଗୋପ ବ୍ଲକ ର ଗୋପ ପଞ୍ଚାୟତ ର କୁଶୁୁରୁ ଓ ମହଲପଡା ପଞ୍ଚାୟତର ଚିତ୍ରା ଗାଁ ନିକଟ ରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଗ୍ୟାସ୍‌ ଥିବାର ସୂଚନା ସାଟାଲାଇଟ୍‌ ମାଧ୍ୟମରେ ଜଣା ପଡିଥିଲା । ଏପରି ସୂଚନା ଆସିବା ପରେ ଅୟଲ୍‌ ଏଣ୍‌ତିଆ କମ୍ପାନୀ ପକ୍ଷରୁ ବାରମ୍ବାର ଆଲୋଚନା ପର୍ଯାଲୋଚନା କରାଯାଇଥିଲା । ଆଉ ମଧ୍ୟ ପେଟ୍ରୋଲ, ଗ୍ୟାସ୍‌ ଥିବା ଅଞ୍ଚଳ ରେ ଯେଉଁ ଚାଷୀମାନଙ୍କର ଜମି ଥିବ ସେମାନେ ସହିତ ମଧ୍ୟ କମ୍ପାନୀ କର୍ତ୍ତୃକ୍ଷ ବାରମ୍ବାର ଆଲୋଚନା କରିଥିଲେ । ଗୋପ ବ୍ଲକ ବିଶ୍ୱ ମାନଚିତ୍ରରେ ସ୍ଥାନିତ ହେବା ସହିତ ଆମ ଅଞ୍ଚଳ ର ସମସ୍ୟା ସହ ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ମିଳିବ ବୋଲି ଚାଷୀ ମାନଙ୍କ ସହିତ ଅନ୍ୟାନ୍ୟ ଲୋକ ପ୍ରତିନିଧିମାନେ ସମସ୍ତ ସହଯୋଗ ର ହାତ ବଢ଼ାଇ ବେ ବୋଲି କହିଛନ୍ତି ।

Get real time updates directly on you device, subscribe now.