fbpx

ରାଜ୍ୟପାଳ କେବଳ ଜଣେ ପୋଷ୍ଟମ୍ୟାନ, ଚିଠି ଖୋଲିବାର ଅଧିକାର ମଧ୍ୟ ତାଙ୍କର ନାହିଁ-ଏମ.କେ ଷ୍ଟାଲିନ କହିଛନ୍ତି

ତାମିଲନାଡ଼ୁ: ରାଜ୍ୟପାଳ ହେଉଛନ୍ତି ରାଜ୍ୟରେ କେନ୍ଦ୍ର ରାଷ୍ଟ୍ରପତିଙ୍କ ପ୍ରତିନୀଧି । ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ରକ୍ଷା କରନ୍ତି । ତେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ରାଜ୍ୟପାଳ କେବଳ ଜଣେ ପୋଷ୍ଟମ୍ୟାନଙ୍କ ପରି, ଯାହାଙ୍କ ଚିଠି ଖୋଲିବାର ଅଧିକାର ନାହିଁ।

ଆପଣଙ୍କୁ କହିରଖୁଛୁ ଯେ ଗୋଟିଏ ଦିନ ପୂର୍ବରୁ ତାମିଲନାଡୁ ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି, ଯାହା ଅଧୀନରେ ରାଜ୍ୟ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତ କରିବାର ଅଧିକାର ରାଜ୍ୟ ସରକାରଙ୍କ ନିକଟକୁ ଆସିବ। ଏହାପୂର୍ବରୁ ଏହି କ୍ଷମତା ରାଜ୍ୟପାଳଙ୍କ ସହ ଥିଲା।

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ରାଜ୍ୟପାଳ କ୍ୟାବିନେଟରୁ ପାସ୍ ହୋଇଥିବା ବିଲ୍ କୁ ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ଉଚିତ୍। ଷ୍ଟାଲିନ ଦ୍ରାବିଡ଼ ପାର୍ଟିର ଏକ ସମାବେଶକୁ ସମ୍ବୋଧିତ କରି ଏହି କଥା କହିଛନ୍ତି।

ଦ୍ରାବିଡ଼ କାଜଗାମର ସଭାପତି କେ ଭେରାମଣି କହିଛନ୍ତି ଯେ ରାଜ୍ୟପାଳ ଆର.ଏନ୍ ରବି କେବଳ ଜଣେ ପୋଷ୍ଟମ୍ୟାନ୍, ଯାହାଙ୍କର ଚିଠି ଖୋଲିବାର ଅଧିକାର ନାହିଁ। ରାଷ୍ଟ୍ରପତିଙ୍କ ନିକଟକୁ କେବଳ ଚିଠି ପଠାନ୍ତୁ ଏବଂ ଉତ୍ତରକୁ ଅପେକ୍ଷା କରନ୍ତୁ । ପରେ ଏମ.କେ ଷ୍ଟାଲିନ ତାଙ୍କ କଥା ପୁନରାବୃତ୍ତି କରିଥିଲେ ।

Get real time updates directly on you device, subscribe now.