fbpx

ସିଗାରେଟ ଟାଣି ବିଷଧର ସାପ ପାଖରେ ପହଞ୍ଚିଗଲେ ମହିଳା: ଜାଣନ୍ତୁ କ’ଣ ହେଲା ଏହା ପରର ଘଟଣା

ସାପକୁ ଦେଖିଲେ ପ୍ରାୟ ସମସ୍ତଙ୍କ ମନରେ ଯେତିକି କୌତୁହଳ ଦେଖାଯାଇଥାଏ ସେତିକି ଛାନିଆ ବି ଲାଗିଥାଏ । ସେଥିପାଇଁ ସାପକୁ ଧରିବା ସମୟରେ ଅନେକ ଲୋକ ଏହାର ଶିକାର ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏବେ ସୋଶଲ ମିଡିଆରେ ଏକ ଭିହିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ସାପକୁ ଧରିବା ପାଇଁ ଯିବା ବେଳେ ସିଗାରେଟ ଧରି ଯାଉଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

A post shared by UNILAD (@unilad)

ରାସ୍ତାରେ ଥିବା ଏକ ବିଷଧର ସାପକୁ ଧରିବାକୁ ଯିବା ବେଳେ ସିଗାରେଟ ଟାଣୁଥିବାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓଟି ବ୍ରାଜିଲର ବୋଲି ଜଣାପଡିଛି । ସାପଟିକୁ ଜମାରୁ ନ ଡରି ଏହାକୁ ଧରିବା ପାଇଁ ତା ପାଖକୁ ଚାଲିଯାଇଛନ୍ତି ମହିଳା । ସାପକୁ ଦେଖି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଖୁବ ଭୟଭୀତ ହେଉଥିଲେ । କିନ୍ତୁ ମହିଳା ଜଣକ ସାହସ ଦେଖାଇ ସିଗାରେଟ ଧରି ସାପ ନିକଟରେ ପହଞ୍ଚିଥିଲେ । ଏହାପରେ ହଠାତ ସାପଟିକୁ ଧରି ନେଇ ରାସ୍ତା କଡରେ ଛାଡି ଦେଇଛନ୍ତି ଏହି ସାହସୀ ମହିଳା । ମହିଳାଙ୍କର ଏହି କାରନାମା ଦେଖି ଉପସ୍ଥିତ ଲୋକ ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ଏହି ଭିଡିଓଟି ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଏହାକୁ ଅନେକ ଲୋକ ଖୁବ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.