fbpx
BSKY SKY
BSKY SKY

୧ ଲକ୍ଷ ୨୦ ହଜାର ବେକାରୀଙ୍କୁ ନିଯୁକ୍ତି ଦେବେ ଦେଶର ୪ଟି ଆଇଟି କମ୍ପାନୀ, ଫ୍ରେଶର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

BSKY

ନୂଆଦିଲ୍ଲୀ: କରୋନା ସମୟରେ ଦେଶରେ ବର୍ତ୍ତମାନ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଦେଶର ପ୍ରମୁଖ ୪ଟି ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍, ଏଚସିଏଲ୍ ଓ ୱିପ୍ରୋ । ଏହି କମ୍ପାନୀମାନେ ୧ ଲକ୍ଷ ୨୦ ହଜାର ଫ୍ରେଶର୍ସଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଆଗାମୀ ଏକ ବର୍ଷରୁ ଦେଢ଼ବର୍ଷ ମଧ୍ୟରେ ଏହି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।

ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟିସିଏସ୍ ଗତ ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ୨୦ ହଜାର ୪୦୦ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଅନୁରୂପ ଭାବେ ଇନଫୋସିସ୍ ୮ ହଜାର ୨୦୦, ୱିପ୍ରୋ ୧୨ ହଜାର ଓ ଏଚସିଏଲ୍ ୭ ହଜାର ୫୦୦ ଆଶାୟୀଙ୍କୁ ଚାକିରି ପ୍ରଦାନ କରିଥିବା ଜଣାପଡ଼ିଛି । ଏନେଇ ଇନଫୋସିସ୍ ସିଓଓ ପ୍ରବୀଣ ରାଓ କହିଛନ୍ତି ଯେ, ଆସନ୍ତା ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀ ଆନ୍ତର୍ଜାତିକ ସ୍ତରରେ ଗ୍ରାଜୁଏଟଙ୍କ ପାଇଁ ୩୫ ହଜାର ନିଯୁକ୍ତି ସୁଯୋଗ କରାଯିବାର ଲକ୍ଷ୍ୟ ରହିଛି । ସେହିପରି ଏଚସିଏଲର ମୁଖ୍ୟ ହ୍ୟୁମାନ ରିସୋର୍ସ ଅଫିସର ଭିଭି ଆପ୍ପା ରାଓ କହିଛନ୍ତି ଯେ, ଆଗାମୀ ଦିନରେ କମ୍ପାନୀ ୨୨ ହଜାର ଫ୍ରେଶର୍ସଙ୍କୁ ନିଯୁକ୍ତି ପ୍ରଦାନ କରିବ । ଟିସିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୨୦୨୧-୨୨ରେ କମ୍ପାନୀ ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ହାୟର କରିବ । ଗତ ୨୦୨୦ରେ କମ୍ପାନୀ ମଧ୍ୟ ୪୦ ହଜାର ସ୍ନାତକଧାରୀଙ୍କୁ ଚାକିରି ପ୍ରଦାନ କରିଥିଲା । କୋଭିଡ୍ କାରଣରୁ ବିଭିନ୍ନ କମ୍ପାନୀରୁ ଅନେକ କର୍ମଚାରୀ ଛଟେଇ ହୋଇ ବେକାର ହୋଇଯାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ଆଇଟି କମ୍ପାନୀ ପକ୍ଷରୁ ବୃହତ ସଂଖ୍ୟାରେ ନିଯୁକ୍ତି ସୁଯୋଗ ବେକାରୀ ସମସ୍ୟା ଦୂର କରିବା ସହ ଦେଶର ଅର୍ଥନୀତିରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.