fbpx

ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭବାନୀପାଟଣା ପଲିଟେକନିକ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି ।

ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ହେଉଛନ୍ତି ସୂର୍ଯ୍ୟ ନାରାୟଣ ରାୟ । ତାଙ୍କର ଝାରସୁଗୁଡା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଏଲଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ କାର୍ଯ୍ୟ କରୁଥିବା ତାଙ୍କ ସ୍ତ୍ରୀଙ୍କ ଏମଆଇ ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

Get real time updates directly on you device, subscribe now.