fbpx

ସରିଯାଉଛି ୧୦-୨୦-୫୦ ଟଙ୍କିଆ ନୋଟ୍! କାହିଁକି ମିଳୁନି ଟଙ୍କା? ଅର୍ଥମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଓଡ଼ିଶା ଭାସ୍କର: ମାର୍କେଟରେ ଲଗାତାର ୧୦, ୨୦ ଏବଂ ୫୦ ଟଙ୍କିଆ ନୋଟ୍ କମ୍ ପଡ଼ୁଥିବା ଅଭିଯୋଗ ହେଉଛି । ଏ ନେଇ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ନୋଟ୍ ଅଭାବ ବର୍ତ୍ତମାନ ଏହା ଏକ ଚିନ୍ତାର କାରଣ ପାଲଟିଛି । ତେଣୁ କଂଗ୍ରେସ ସାଂସଦ ମଣିକମ ଟାଗୋର ଏହି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଏହି ନୋଟ ଗୁଡ଼ିକର କମ୍ ଉପଲବ୍ଧତା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦାୟୀ ହୋଇପାରେ ବୋଲି ଅଭିଯୋଗ ଅଣିଛନ୍ତି ମଣିକମ । ଆରବିଆଇ ଏହି ନୋଟ୍ ଗୁଡ଼ିକ ତିଆରି କରିବା ବନ୍ଦ କରି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଅର୍ତମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସାଂସଦ ।

୨୦୨୩-୨୪ ଆର୍ଥିକ ବର୍ଷରେ ଗତ ମାର୍ଚ୍ଚ ସୁଦ୍ଧା ମୋଟ କରେନ୍ସିରେ ପ୍ରାୟତଃ ୮୬.୫ ପ୍ରତିଶତ ନୋଟ୍ ୫୦୦ ଟଙ୍କା ମୂଲ୍ୟର ନୋଟ ରହିଥିଲା । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସର୍ବାଧିକ ୫.୧୬ ଲକ୍ଷ ୫୦୦ ଟଙ୍କିଆ ନୋଟ ମହଜୁଦ ରହିଥିଲା । କିନ୍ତୁ ୧୦ ଟଙ୍କିଆ ନୋଟ ମାତ୍ର ୨.୪୯ ଲକ୍ଷ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହି ଚୋଟ ଆମାଉଣ୍ଟର ନୋଟ୍ ଅନେକ ସମୟରେ ଆସିଥାଏ । ଆର୍ଥିକ ବର୍ଷ ୨୦୨୩-୨୪ରେ ନୋଟ ପ୍ରିଣ୍ଟିଙ୍ଗ ୫,୧୦୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା ରିଜର୍ଭ ବ୍ୟାଙ୍କ । ସେହିପରି ଗତବର୍ଷ(ଆର୍ତିକ ବର୍ଷ ୨୦୨୨-୨୩) ୪,୬୮୨ କୋଟି ଟଙ୍କା ଖର୍ଚ୍ଚରେ ନୋଟ୍ ନ୍ରସ୍ତୁତ କରାଯାଇଥିଲା ।

ଅର୍ଥମନ୍ତ୍ରୀଙ୍କ ଚିଠି ଲେଖି କଂଗ୍ରେସ ସାଂସଦ ମଣିକମ୍ ଟାଗୋର କହିଛନ୍ତି ଯେ, ଲକ୍ଷ ଲକ୍ଷ ନାଗରିକ ତଥା ଗ୍ରାମୀଣ ଅଞ୍ଚଳରେ ଗରିବ ଲୋକମାନଙ୍କୁ ପ୍ରଭାବିତ କରୁଥିବା ଏକ ସମସ୍ୟା ହେଉଛି କମ୍ ଆମାଉଣ୍ଟର ନୋଟ୍ ଅଭାବ । ୧୦-୨୦-୫୦ ଟଙ୍କିଆ ନୋଟ୍ ଅଭାବ ଅନେକ ଲୋକଙ୍କ ପାଇଁ ସମସ୍ୟା ହୋଇ ଠିଆ ହୋଇଛି । ତେବେ ରିପୋର୍ଟରୁ ଜଣାଯାଇଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନୋଟ୍ ପ୍ରିଣ୍ଟ କରିବା ବନ୍ଦ କରିଛି । ଫଳରେ ୟୁପିଆଇ ଏବଂ କ୍ୟାସଲେସ ଟ୍ରାଞ୍ଜାକ୍ସନ ବୃଦ୍ଧି ହୋଇପାରିବ । କିନ୍ତୁ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ବୃଦ୍ଧି କରିବା ପାଇଁ ଛୋଟ ନୋଟ୍ ପ୍ରିଣ୍ଟିଙ୍ଗ ବନ୍ଦ କରିବା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି ।

ଆରବିଆଇକୁ କ୍ଷୁଦ୍ର ମୂଲ୍ୟର ମୁଦ୍ରା ନୋଟ ମୁଦ୍ରଣ ଏବଂ ବିତରଣ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମାଣିକମ୍ ଟାଗୋର । ଜନସାଧାରଣଙ୍କ ଚାହିଦା ପୂରଣ ପାଇଁ ଏହି ନୋଟଗୁଡିକର ପର୍ୟ୍ୟାପ୍ତ ଯୋଗାଣ ନିଶ୍ଚିତ ହେବା ଉଚିତ । ଏହାସହିତ ଡିଜିଟାଲ ବିଭାଜନକୁ ଦୂର କରିବା ଏବଂ ଗ୍ରାମାଞ୍ଚଳରେ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିରେ ପ୍ରବେଶକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍ ।

Get real time updates directly on you device, subscribe now.