fbpx

ଏମିତି ୧୦ ଦେଶ ଯାହାଙ୍କ ପାଖରେ ନାହିଁ ସେନା, ନିଜ କ୍ଷମତାରେ ନିଜର କରୁଛନ୍ତି ସୁରକ୍ଷା

ନୂଆଦିଲ୍ଲୀ: ଦେଶର ଏକ ଜରୁରୀ ଅଙ୍ଗ ହେଉଛି ସେନା । ସେନାର କ୍ଷମତା କେତେ ତାକୁ ଦେଖି ହିଁ କୌଣସି ଦେଶର ଶକ୍ତିକୁ ଆକଳନ କରାଯାଇପାରେ । କୁହାଯାଏ ଯେଉଁ ଦେଶର ସେନା ଯେତେ ଶକ୍ତିଶାଳୀ ସେହି ଦେଶର ଶକ୍ତି ସେତେ ଅଧିକ । ଏହି କାରଣରୁ ଦେଶମାନେ ନିଜ ଦେଶର ସେନା ପାଇଁ ନୂତନ ମାରଣାସ୍ତ୍ର ଆଦି କିଣିବାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏଥିପାଇଁ ଦେଶର ରକ୍ଷା ବଜେଟ ମଧ୍ୟ ବଢ଼ିଥାଏ ।

ଗୋଟିଏ ପଟେ ଅନେକ ଦେଶ ସୈନ୍ୟବଳକୁ ବଢ଼ାଇବା ପାଇଁ ନୂତନ ଜ୍ଞାନ କୌଶଳ ବ୍ୟବହାର କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଦେଶ ଅଛନ୍ତି ଯେଉଁମାନଙ୍କ ପାଖରେ କୌଣସି ସୈନ୍ୟବଳ ନାହିଁ ଆଉ ସେମାନେ କୌଣସି ଜ୍ଞାନକୌଶଳ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିନଥାନ୍ତି । ତଥାପି ନିଜ ସାମର୍ଥ୍ୟରେ ଉକ୍ତ ଦେଶଗୁଡିକ ନିଜର ସୁରକ୍ଷା କରିପାରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହିଭଳି କିଛି ଦେଶମାନଙ୍କ ବିଷୟରେ ।

କୋଷ୍ଟାରିକା:

କୋଷ୍ଟାରିକାରେ ୧୯୪୮ରେ ଗୃହଯୁଦ୍ଧ ହୋଇଥିଲା । ଏହା ପରେ ସେଠାରେ ସଶସ୍ତ୍ର ବାହିନୀକୁ ସମାପ୍ତ କରି ଦିଆଯାଇଥିଲା । ସେବେଠାରୁ ଏହାର ସୁରକ୍ଷା ଦାୟିତ୍ୱ ପୋଲିସ ହାତରେ ହିଁ ରହିଛି ।

ଡୋମିନିକା:

୧୯୮୧ ରେ ଡୋମିନିକା ସରକାର ସେନା କ୍ଷମତା ନିଜ ଅକ୍ତିକାରକୁ ଆଣିବାକୁ ଚାହିଁଥିଲା । ଏହାପରଠୁ ଦେଶ ନିଜକୁ ସେନାକୁ ଭଙ୍ଗ କରିଥିଲେ ।

ହାଇତି:

୧୯୯୫ଠାରୁ ହାଇତି ପାଖରେ କୌଣସି ସେନା ନାହିଁ । ଏହା ପୂର୍ବରୁ ଦେଶରେ ଅନେକ ଥର ସେନା କ୍ଷମତା ଅଧିକାର କରିବାକୁ ଚାହିଁଥିଲା । ଏଥିରେ ଅତିଷ୍ଠ ହୋଇ ଦେଶ ନିଜର ସେନା ଭଙ୍ଗ କରି ଦେଇଥିଲା ।

ଆଇସଲ୍ୟାଣ୍ଡ:

୧୮୬୯ରୁ ଏହି ଦେଶ ପାଖରେ କୌଣସି ସୈନ୍ୟଶକ୍ତି ନାହିଁ । ଏହି ଦେଶ ଉତ୍ତର ଆଣ୍ଟଲାଟିକ୍ ଚୁକ୍ତି ସଂଗଠନ(ନାଟୋ)ର ସଦସ୍ୟ ରହିଛି ଏବଂ ସୁରକ୍ଷା ପାଇଁ ଆମେରିକା ସହ ଚୁକ୍ତି କରିଛି ।

ମରିସସ:

୧୯୬୮ରୁ ଏହି ଦେଶ ନିଜ ସେନାକୁ ଭଙ୍ଗ କରିଛି । ଏଠାରେ ସୁରକ୍ଷା ସମ୍ବନ୍ଧିତ ସବୁ କାମ ପୋଲିସ ହାତରେ ନ୍ୟସ୍ତ ରହିଛି । ଏହାର ପୋଲିସ୍ ବଳ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି ।

ପାନାମା:

ପାନାମାର ସୀମା ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ମାମଲା ପାନାମିଆନ ପବ୍ଲିକ ଫୋର୍ସ ସମ୍ଭାଳିଥାଏ । ଏଠାରେ ୧୯୯୦ରୁ ସୈନ୍ୟବଳ ନାହିଁ ।

ଭାଟିକାନ ସିଟି:

ଦୁନିଆର ସବୁଠୁ ଛୋଟ ଏବଂ ପବିତ୍ର ଦେଶ ମଧ୍ୟରୁ ଗୋଟିଏ ହେଉଛି ଭାଟିକାନ ସିଟି । ଏହାର ସୁରକ୍ଷା ଦାୟିତ୍ୱ ଇଟାଲୀ ହାତରେ ରହିଛି । ସ୍ୱିସ୍ ଗାର୍ଡ ଏହାର ସୁରକ୍ଷାରେ ନିୟୋଜିତ ଅଛନ୍ତି ।

ସାମୋଆ:

ସାମୋଆର ସୁରକ୍ଷା ଦାୟିତ୍ୱ ଏହାର ପୋଲିସ କରୁଛନ୍ତି । ଦେଶ ୧୯୬୨ରେ ନ୍ୟୁଜିଲାଣ୍ଡ ସହିତ ଏକ ଚୁକ୍ତି କରିଥିଲା, ଏହି ଚୁକ୍ତ ଅନୁଯାୟୀ ନ୍ୟୁଜିଲାଣ୍ଡ ଆବଶ୍ୟକ ସମୟରେ ସାମୋଆର ସୁରକ୍ଷା କରି ଆସୁଛି ।

ମୋନାକୋ:

୧୭ ଶତାବ୍ଦୀଠାରୁ ମୋନାକୋ ପାଖରେ କୌଣସି ସୈନ୍ୟ ବଳ ନାହଁ । ସେନା ନାମରେ ଦେଶ ପାଖରେ ଦୁଇଟି ଦଳ ରହିଛି । ଗୋଟିଏ ରାଜାଙ୍କର ରକ୍ଷା କରୁଥିବାବେଳେ ଅନ୍ୟଟି ସାଧାରଣ ଜନତାଙ୍କ ରକ୍ଷା କରୁଛି । ତେବେ ଫ୍ରାନସ ମଧ୍ୟ ଏହି ଦେଶର ସୁରକ୍ଷା କରି ଆସୁଛି ।

ସୋଲୋମନ ଦ୍ୱୀପପୁଞ୍ଜ:

ସୋଲୋମନ ଦ୍ୱୀପରେ ବିଗତ ସମୟରେ ସଂଘର୍ଷ ଏପରି ବଢ଼ିଯାଇଥିଲା ଯେ ପଡୋଶୀ ଦେଶ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିିଲାଣ୍ଡକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ସେବେଠାରୁ ଦେଶରେ ସେନାକୁ ଭଙ୍ଗ କରାଯାଇଛି ।

Get real time updates directly on you device, subscribe now.