fbpx

ପୁଣି ରାଜଧାନୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ନେଇ ଘୋଷଣା କରାଯାଇଛି । ଗୋଟିଏ ପଟେ କଟକଣା କୋହଳ କରାଯାଇଥିବା ବେଳେ ଅନ୍ୟ ପଟେ ରାଜ୍ୟକୁ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ । ଖଣ୍ଡଗିରି ଅଞ୍ଚଳରେ ବିଏମସି ପକ୍ଷରୁ ଏହି ମାେଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଖଣ୍ଡଗିରିର ୱାର୍ଡ ନଂ ୪୯ର ସତ୍ୟସାଇ ଏନକ୍ଲେଭ୍ ଅନ୍ତର୍ଗତ ଲେନ୍ ନଂ-୩ ଏଚଆଇଜି ୧୧/୬୧ରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଲାଗୁ କରାଯାଇଛି ।

କରୋନା କଟକଣା କୋହଳ କରାଯିବା ସହିତ ସ୍ଥାନୀୟ ପ୍ରଶାସନ ଉପରେ କଣ୍ଟେନମେଣ୍ଟ ଜୋନ ଚିହ୍ନଟର ଦାୟିତ୍ୱ ନ୍ୟସ୍ତ କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ପ୍ରବେଶ ମଧ୍ୟ କରି ପାରିବେ ନାହିଁ । ସମସ୍ତ ବ୍ୟକ୍ତି ବିଶେଷ ଘରେ ରହିବେ ଏବଂ ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ବିଏମସି ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହିତ କଣ୍ଟେନମେଣ୍ଟ ଜୋନ ପରିସୀମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରଖାଯିବ ।

Get real time updates directly on you device, subscribe now.