fbpx

ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ଅଧିକାରୀ, ଥରକରେ ତିନିଜଣ କଲେ ପାସ୍

ଜୟପୁର: ରାଜସ୍ଥାନର ହନୁମାନଗଢ଼ର ତିନି ଭଉଣୀ ଏକାସାଙ୍ଗରେ ରାଜ୍ୟ ପ୍ରଶାସନିକ ସେବା(ଆରଏଏସ୍) ପରୀକ୍ଷାରେ ପାସ୍ କରିଛନ୍ତି । ଏହି ସଫଳତା ସହିତ ଏହି ତିନି ଭଉଣୀ ପୂର୍ବରୁ ଆରଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭଉଣୀଙ୍କ ସହ ଯୋଡ଼ି ହୋଇଯାଇଛନ୍ତି । ଅର୍ଥାତ୍ ପରିବାରରେ ତିନି ଜଣକ ଯାକ ଭଉଣୀ ଆରଏଏସ୍ ପରୀକ୍ଷାରେ ପାସ୍ କରିଯାଇଛନ୍ତି । ଯାହାଙ୍କର ଚର୍ଚ୍ଚା ଏବେ ପୁରା ସହରରେ ହେଉଛି । ଏନେଇ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କସବାନ ଟୁଇଟ୍ କରି କହିଛନ୍ତି । ସେ ନିଜ ଟୁଇଟ୍ ରେ ଏହି ତିନି ଭଉଣୀଙ୍କ ଫଟୋ ସେୟାର୍ କରିଛନ୍ତି ।

ଟୁଇଟ୍ ରେ ସେ ଲେଖିଛନ୍ତି ଯେ, ଏକ ବହୁତ ଭଲ ଖୁସି ଖବର । ଅଂଶୁ, ରୀତୁ ଏବଂ ସୁମନ ରାଜସ୍ଥାନର ପ୍ରଶାସନିକ ସେବାର ଅଧିକାରୀ ହୋଇଯାଇଛନ୍ତି । ହନୁମାନଗଢ଼ରେ ରହୁଥିବା ଏହି ତିନି ଭଉଣୀ ଏକାସାଙ୍ଗରେ ରାଜସ୍ଥାନର ପ୍ରଶାସନିକ ସେବା ପରୀକ୍ଷା ପାସ୍ କରିଯାଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତିନି ଭଉଣୀ ବାପା-ମାଆଙ୍କୁ ଏକ ଗର୍ବ କ୍ଷଣ ଦେଇଛନ୍ତି । ଏଥିରେ ଦୁଇ ଭଉଣୀ ମଧ୍ୟ ରହିଛନ୍ତି । ପୂର୍ବରୁ ରୋମା ଏବଂ ମଞ୍ଜୁ ଆରଏଏସ୍ ପରୀକ୍ଷାରେ ପାସ୍ କରିସାରିଛନ୍ତି ।

ତେବେ ତାଙ୍କର ଏହି ଟୁଇଟ୍ ଏବେ ଖୁବ୍ ଭାଇରାଲ୍ ହେଉଛି । ପାଞ୍ଚ ଜଣ ଭଉଣୀଙ୍କ ପାଇଁ ଏବେ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ରାଜସ୍ଥାନ ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ ମଙ୍ଗଳବାର ଦିନ ଆରଏଏସ୍ ପରୀକ୍ଷା-୨୦୧୮ର ଫଳାଫଳ ଜାରି କରାଯାଇଛି । ଯେଉଁଥିରେ ତିନି ଭଉଣୀଙ୍କ ନାମ ସାମିଲ ରହିଛି । ଏଥିରେ ଟପ୍ କରିଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକେ ଗେହଲଟ୍ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.