fbpx

୫୦୦୦ ଟଙ୍କା ଶସ୍ତା ହେଲା ସୁନା ଦାମ୍: ରୁପା ଦର ୬୭୦୦ ଟଙ୍କା ହ୍ରାସ ପାଇଲା!

ନୂଆଦିଲ୍ଲୀ: ଅଳଙ୍କାର କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗତ ୨୩ ତାରିଖରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପରେ ସୁନା ଦାମରେ ୪ ହଜାର ଟଙ୍କା ହ୍ରାସ ପରିଲକ୍ଷିତ ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି ହ୍ରାସ ପାଇଛି ସୁନା ଦର । ତେଣୁ ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ପାଇଁ ଗ୍ରାହକମାନେ ଆଗୁଆ ଶସ୍ତାରେ ସୁନା କିଣି ରଖିପାରିବେ । ୧୦ ଗ୍ରାମ ସୁନା ଦର ୪୮୨୮ ଟଙ୍କା ହ୍ରାସ ପାଇଥିବା ବେଳେ ରୁପା ଦରରେ ୬୬୯୩ ଟଙ୍କା ହ୍ରାସ ପାଇଥିବା ଜଣାପଡ଼ିଛି । ଅର୍ଥାତ କହିବାକୁ ଗଲେ ଏବେ ସୁନା ଦରରେ ପାଖାପାଖି ୫ ହଜାର ଟଙ୍କା ହ୍ରାସ ପରିଲକ୍ଷିତ ହୋଇଛି ।

ଗତ ୫ଟି କାରବାର ସେସନରେ ସୁନା ଓ ରୁପା ଦାମରେ ଅହେତୁକ ହ୍ରାସ ଦେଖିବାକୁ ମିଳିଛି । ସୁନା ଦାମ୍ ଗତ କିଛି ଦିନ ହେଲା କ୍ରମାଗତ ଭାବେ କମିବାରେ ଲାଗିଛି । ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ମୁତାବକ, ଜୁଲାଇ ୧୮ରୁ ୨୪ ମଧ୍ୟରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମରେ ୪୮୨୮ ଟଙ୍କା ହ୍ରାସ ଘଟିଛି । ସେହିପରି ଜୁଲାଇ ୧୮କୁ ରୁପା କେଜି ୯୧,୫୫୫ ଟଙ୍କା ରହିଥିବା ବେଳେ ଜୁଲାଇ ୨୪ରେ ୮୪,୮୬୨ ଟଙ୍କାକୁ ଖସି ଆସିଥିଲା । ଏପରି ଭାବେ ରୂପା ଦରରେ କେଜି ପିଛା ପାଖାପାଖି ୭ ହଜାର ଟଙ୍କା ହ୍ରାସ ପାଇଛି ।

Get real time updates directly on you device, subscribe now.