fbpx

ବିଶାଖାପାଟଣା ସ୍ଥିତ ‘ରୋଗୀ ସହାୟତା କେନ୍ଦ୍ର’ର ସୁବିଧା ଜାରି ରହିବ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନ ପ୍ରଣୟନ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ରାଜ୍ୟବାସୀ କିଭଳି କମ୍ ଖର୍ଚ୍ଚରେ ତଥା ମାଗଣାରେ ସ୍ୱାସ୍ଥ୍ୟସେବା ପାଇ ପାରିବେ ସେନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି । ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ପୁଣି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ର ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହା ଫଳରେ ଚିକିତ୍ସା ପାଇଁ ଯାଉଥିବା ମାଲକାନଗିରି ଜିଲ୍ଲାର ଗରିବ ଓ ଆଦିବାସୀ ଶ୍ରେଣୀର ଲୋକମାନେ ବେଶ୍ ଉପକୃତ ହେଇ ପାରିବେ ।

Get real time updates directly on you device, subscribe now.