fbpx

ଆଜି କେଉଁ କେଉଁ ସ୍ଥାନରେ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ Bank Holidays ତାଲିକା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଅନେକ ଖାସ ଦିନ ଏବଂ ପାର୍ବଣ ରହିଛି, ଯେଉଁ କାରଣରୁ ସାରା ଦେଶରେ କିଛି ଦିନ ପର୍ଯ୍ୟନ୍ତ ଲଗାତାର କିଛି ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ଆଜି ଅର୍ଥାତ ୧୦ ଅକ୍ଟୋବର ୨୦୨୪ରେ ସାରା ଦେଶରେ ମହାସପ୍ତମୀ ଅବସରରେ ମଧ୍ୟ ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ପକ୍ଷରୁ ମାସ ଆରମ୍ଭରୁ ହଲିଡେ ତାଲିକାକୁ ଜାରି କରାଯାଇଥାଏ। ଭାରତୀୟ ରିଜର୍ବ ବ୍ୟାଙ୍କର ତାଲିକା ଅନୁସାରେ, ୧୦ ଅକ୍ଟୋବର ଗୁରୁବାର ଦିନ ଦେଶର କିଛି ରାଜ୍ୟରେ ବ୍ୟଙ୍କ ବନ୍ଦ ରହିବ। ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ବନ୍ଦ ରହିବ ବ୍ୟାଙ୍କ।

ଦେଶର ଅଧିକ ରାଜ୍ୟରେ ୧୦ ଅକ୍ଟୋବରରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ମହାସପ୍ତମୀ ଅବସରରେ ତ୍ରୀପୁରା, ଆସାମ, ନାଗାଲ୍ୟାଣ୍ଡ ଏବଂ କୋଲକାତାରେ ବ୍ୟାଙ୍କ ଛୁଟି ରହିବ। ଏହି ରାଜ୍ୟରେ ବ୍ୟାଙ୍କର ଛୁଟି ହେବା କାରଣରୁ ଆପଣ ବ୍ୟାଙ୍କ ସମ୍ବନ୍ଧୀୟ କାନ କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଖୋଲିବାର ଅପେକ୍ଷା କରିବାକୁ ପଡିବ। ଓଡ଼ିଶାରେ ମଧ୍ୟ ଆଜି ଦୁର୍ଗାପୂଜା ପାଇଁ ବ୍ୟାଙ୍କ ବନ୍ଦ ରହିବ।

Get real time updates directly on you device, subscribe now.