fbpx
BSKY
BJD SHG SKY
BJD MC SKY

‘ଷ୍ଟିଭ ଜବସ’ଙ୍କ ସଫଳତାର ୧୦ ସୂତ୍ର

ସଫଳତା ସହଜ ନୁହେଁ । ସଫଳତା ମଣିଷର ଅନେକ ଗୁଣ ଉପରେ ନିର୍ଭର କରେ । କିନ୍ତୁ ସଫଳତା ପାଇଁ ପ୍ରାରମ୍ଭିକ ‘ଚାବିକାଠି’ ବା ମୌଳିକ ଗୁଣହେଲା ଶିକ୍ଷିବାପାଇଁ ଆଗ୍ରହ ।

‘ଷ୍ଟିଭ ଜବସ’ ଆପେଲ୍ କମ୍ପ୍ୟୁଟର ତଥା ପିକସାର ଆନିମେସନ୍ ଷ୍ଟୁଡିଓ ପ୍ରତିଷ୍ଠାତା । ଆଜି ୨୪ ଫେବୃଆରୀ ତାଙ୍କ ଜନ୍ମଦିନ, ତାଙ୍କ ଜୀବନ ଥିଲା | ଅନେକଙ୍କ ପାଇଁ ପ୍ରେରଣା ଓ ସେ ଥିଲେ ଶିକ୍ଷାର ଏକ ଅନୁଷ୍ଠାନ ।

ତେବେ ତାଙ୍କ ଦ୍ୱାରା କୁହାଯାଇଥିବା ୧୦ଟି କଥା, ବୋଧହୁଏ ଆପଣଙ୍କ ଜୀବନ ବଦଳେଇ ଦେଇପାରେ ।

୧. ସୃଜନଶୀଳତା ବା କ୍ରିଏଟିଭିଟି ହେଲା ଯୋଡିବାର କଳା । ସୃଜନଶୀଳ ବ୍ୟକ୍ତି ସବୁବେଳେ କିଛି ନୂତନ ଦେଖନ୍ତି, ଓ ପରସ୍ପର ସହ ଯୋଡିଚାଲନ୍ତି । ସେଥିରୁ ହିଁ କିଛି ନୂଆ ନିର୍ମିତ ହୁଏ ।
୨. ଫୋକସ ଗ୍ରୁପ ଦ୍ୱାରା କିଛି ନୂତନ ନିର୍ମାଣ କଷ୍ଟକର ହୋଇପଡେ, କାରଣ ଲୋକ ଜାଣିନଥାନ୍ତି ପ୍ରକୃତରେ ତାଙ୍କୁ କଣ ଦରକାର ଥାଏ? ସେମାନେ ସେତବେଳେ ବୁଝନ୍ତି ଯେବେ ତୁମେ ଏହା ନିଜେ ତିଆରିକରି ଦେଖାଅ ।
୩. ସବୁବେଳେ ମନେରଖ ମୃତ୍ୟୁ ସୁନିଶ୍ଚିତ । ଏହା ତୁମକୁ ବୁଝିବାକୁ ସାହାଯ୍ୟ କରିବ, ଯେ ତୁମ ପାଖରେ ହରାଇବାକୁ କିଛି ନାହିଁ ।
୪. ଜୀବନରେ ଘଟୁଥିବା କାରଣ ବୁଝିବାକୁ ହେଲେ, ଜୀବନରେ ଘଟିଥିବା ଘଟଣା ବିନ୍ଦୁଗୁଡିକୁ ଘଟଣାର ଅତୀତ ଦେଖି ଯୋଡିବାକୁ ଚେଷ୍ଟାକର । ତୁମ ନିୟତି କୁ ତୁମେ ସ୍ପଷ୍ଟ ଦେଖିପାରିବ ।
୫. ତୁମର କାମ ତୁମ ଜୀବନର ଏକ ବୃହତ ଅଂଶକୁ ପୂର୍ଣ୍ଣ କରିବ । ତେଣୁ କେବଳ ସେହି କାମ କର..ଯାହା ତୁମ ହିସାବରେ ଏକ ମହାନ କାମ ଓ ଯାହା କରିତୁମେ ଶାନ୍ତି ଗର୍ବ ଅନୁଭବ କରୁଛ ।
୬. ଏକ ଧନୀବ୍ୟକ୍ତି ରୂପେ ମୃତ୍ୟୁବରଣ କରି କବରରେ ଶୋଇବା ଅପେକ୍ଷା, ପ୍ରତିଦିନ ଭଲ କାମ କରି ଶାନ୍ତିରେ ଶୋଇବା ଯଥେଷ୍ଟ ଶ୍ରେୟଷ୍କର।
୭. ମୁଁ ଖୁସିହୁଏ ଯେ ଆମେ ଅନେକ କିଛି କରିପାରିନାହୁଁ । ଯେବେ ମୁଁ ଦେଖେ ଯେ ଆମେ କଣ ସବୁ କରିବାକୁ ସମ୍ଭବପର ହୋଇପାରିଛୁ ।
୮. ମୁଁ ପ୍ରତିଷ୍ଠା କରିଥିବା ଆପେଲ୍ କମ୍ପାନୀ ରୁ ମତେ କାଢିଦିଆ ଯିବା ମୋ ପାଇଁ ଏକ ମହାନ ଘଟଣା ଥିଲା । ଏହା ମୋ ସଫଳତାର ଓଜନକୁ , ଏକ ନବାଗତ ରୂପେ ଅବସ୍ଥାପିତ କରି… ମୋତେ ବହୁତ ହାଲୁକା କରିତୋଳିଥିଲ।।
୯. ପରିମାଣ ଅପେକ୍ଷା, କରିଥିବା କାମର ଗୁଣ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।
୧୦. ଯଦି ଆଜି ମୋ ଜୀବନର ଶେଷଦିନ ହୁଏ । ତେବେ କଣ ମୁଁ ସେୟା କରିବି ଯାହା ମୁଁ କରିବାକୁ ଯାଉଥିଲି … ଯଦି ମୋ ଭିତରୁ ଉତ୍ତର ନା’ ଆସେ ମୁଁ ଜାଣିପାରେ ଯେ ମତେ କିଛି ପରିବର୍ତ୍ତନ କରିବାକୁ ଅଛି ।

ତେବେ ୧୧ ନମ୍ବର ବା ‘ମାଷ୍ଟର କି’ ସୁତ୍ରହେଲା ସବୁବେଳେ ଜାଣ ଯେ ତୁମେ କିଛି ଜାଣିନାହଁ ଓ ସବୁବେଳେ କିଛି ଶିକ୍ଷିବା ପାଇଁ ଭୋକିଲା ରୁହ।

Get real time updates directly on you device, subscribe now.