fbpx

ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ପ୍ରତିଦିନ ଜୀବନ ହାରୁଛନ୍ତି ୧୦ ହଜାର ଭାରତୀୟ!

ନୂଆଦିଲ୍ଲୀ: ଦେଶରେ ଆଜି ବି ଲକ୍ଷାଧିକ ଲୋକଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳୁନଥିବାରୁ ମୃତ୍ୟୁ ହେଉଛି । ୨୦୨୦ରେ ଦେଶରେ ୮୧.୧୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୩୬.୫୨ ଲକ୍ଷ ମୃତ୍ୟୁ ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ହୋଇଥିଲା ।

ସେହିପରି ଏକ ସତ କାହାଣୀ ସାମ୍ନାକୁ ଆସିଛି, ଯେଉଁଠାରେ ରାତିରେ ଜଣେ ମହିଳାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ତୁରନ୍ତ କାରରେ ବସାଇ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଗେଟରେ ଏହା ଏକ କୋଭିଡ ମେଡିକାଲ କହି ଫେରାଇ ଦିଆଗଲା । ଏହା ପରେ ଆଉ ଏକ ମେଡିକାଲ ଯାଇଥିଲେ , ହେଲେ ତାହା ବି କୋଭିଡ ମେଡିକାଲ ଥିବାରୁ ଶେଷରେ ତାଙ୍କୁ ଏମ୍ସ ନିଆଯାଇଥିଲା ।

କିନ୍ତୁ ବାଟରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏମ୍ସରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯଦି ସେହି ରାତିରେ ପ୍ରଥମ ମେଡିକାଲରେ ମହିଳାଙ୍କର ଚିକିତ୍ସା ହୋଇପାରିଥାନ୍ତା, ତେବେ ହୁଏତ ତାଙ୍କୁ ବଞ୍ଚାଇ ଯାଇପାରିଥାନ୍ତା । ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନରାକୁ ଆସିଲା କି, ତାଙ୍କ ମୃତ୍ୟୁ ଗ୍ୟାଷ୍ଟ୍ରିକ୍ ଆଟାକ୍ ଯୋଗୁଁ ହୋଇଛି । ସରଳ ଭାଷାରେ କହିବାକୁ ଗଲେ, ଗ୍ୟାସ୍ ଯୋଗୁଁ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଓ ଗ୍ୟାସ୍ ଫସିବାରୁ ସେ ନିଶ୍ୱାସ ନେଇପାରିନଥିଲେ ।

କେବଳ ଏହି ଗୋଟିଏ କାହାଣୀ ନୁହେଁ, ଭାରତରେ ଏପରି ଘଟଣା ପ୍ରତିଦିନ ଘଟୁଛି । ଠିକ୍ ସମୟରେ ମେଡିକାଲ ସୁବିଧା ନମିଳିବା କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି । କରୋନା ଯୋଗୁଁ ଏହି ସଂଖ୍ୟା ଆହୁରି ବଢ଼ିଯାଇଛି ।

୨ ଦିନ ପୂର୍ବରୁ ଗ୍ୟହ ମନ୍ତ୍ରଣାଳୟ ପକ୍ଷରୁ ସିଆରଏସ ରିପୋର୍ଟ ଜାରି ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ରେ ଦେଶରେ ୮୧.୧୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ ୪୫ ପ୍ରତିଶତ ଅର୍ଥାତ୍ ୩୬.୫୨ ଲକ୍ଷ ଲୋକ ଏପରି ଥିଲେ, ଯେଉଁମାନଙ୍କର ମୃତ୍ୟୁ ଠିକ୍ ସମୟରେ ମେଡିକାଲ ସୁବିଧା ନମିଳିବାରୁ ହୋଇଥିଲା ।

Get real time updates directly on you device, subscribe now.